www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣି ପୀଠ ନିକଟସ୍ଥ ଗାଁମାନଙ୍କରେ ଛଦ୍ମ ବେଶରେ ଡକାୟତ ବୁଲିଥିବା ଅଭିଯୋଗ

ଆରଡି: ଭଦ୍ରକ ଜିଲାର ଆଖଣ୍ଡଳମଣିପୀଠ  ନିକଟବର୍ତ୍ତୀ ଅଞ୍ଚଳରେ ଗ୍ରାମବାସୀମାନେ ଏବେ ଭୟ ଓ ଆଶଙ୍କାର ସହ ରହୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ କିଛି ଡକାୟତ ଛଦ୍ମ ବେଶରେ ବୁଲି ଡକାୟତି ପାଇଁ ଯୋଜନା କରୁଥିବା ନିରଟସ୍ଥ ଗ୍ରମାବାସୀ ଅଭିଯୋଗ କରିଛନ୍ତି  । ପୀଠ ନିକଟବର୍ତ୍ତୀ ଭୁଇଁପୁର, ନାନ୍ଦପୁର, କୋଇଲିଖା, ବଡତଳ, ଓଳଗମଠ, ଦୋହରାପାଟଣା, ସୁନ୍ଦରପୁର, ମୁଆଁ ଆଦି ୨୫ରୁ ଅଧିକ ଗାଁ ଲୋକଙ୍କର ନିଦ ହଜିଯାଇଛି। ଏହି ଦୁର୍ବୃତ୍ତମାନେ  ଛଦ୍ମ ବେଶରେ ବୁଲୁଥିବା ବେଳେ  ରାତିରେ ଗାଁମାନଙ୍କରେ ଡକାୟତି କରୁଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି ।

କିଛି ଗ୍ରାମମାନଙ୍କରେ ଡକାୟତି ଉଦ୍ୟମ ବେଳେ ସ୍ଥାନୀୟ ବାସିନ୍ଦା ଏହାର ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ୪-୫ ଗ୍ରାମବାସୀ ଆହତ ହୋଇଥିବା ସୂଚନା ମିଳିଛି । ପୁଲିସ ପାଟ୍ରୋଲିଂକୁ କ଼ଡା କଡି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି । ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ପୁଲିସ ସୂଚନା ଦେଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories