bjd  ek lkhya koti banner

ସାଢେ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର

mission shakti banner

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ଵରରେ ୩୫.୪, ଫୁଲବାଣୀ ୩୪.୬ , ଭୁବନେଶ୍ଵରରେ ୩୪.୪ ଡିଗ୍ରୀ, କଟକ ୩୪.୨, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ବି ସିଭିୟର ହିଟ୍‌‌ୱେଭ୍‌‌ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ପାଇଁ ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

Comments are closed.