www.samajalive.in
Friday, December 5, 2025
23.1 C
Bhubaneswar

ପାଣି ପାଇଁ ସଙ୍ଘର୍ଷ: ଗୋଟିଏ ନଳକୂପ ଭରସାରେ ବିତୁଛି ଜୀବନ

କଲ୍ୟାଣସିଂହପୁର : ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁ ରେ ବଡ ବଡ ନେତାଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ଗାଁରେ ଦୀର୍ଘ ଦିନର ମୌଳିକ ସମସ୍ୟା ସମାଧାନ କରିନଥିବା ନେତାକୁ ଉଚିତ ଜବାବ ଦେବାକୁ ଏଥର ମନସ୍ଥ କରିଛନ୍ତି ଗାଁ ଲୋକେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ର କେଶବନାୟକଗୁଡା ଗାଁ ରେ । ରାତି ପାହିଲେ ହାତରେ ଘରା ମାଠିଆ ଧରି ପାଣି ପାଇଁ ଗାଁ ଦାଣ୍ଡରେ ଲାଗୁଛି ଗହଳି । ତାହା ବି ଅସ୍ୱାସ୍ଥ୍ୟ କର ଗୋଳିଆ ପାଣି ପାଇଁ । ଗାଁ ଦାଣ୍ଡରେ ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି କିନ୍ତୁ ଟାଙ୍କି ଏ ଯାଏଁ ନିର୍ମାଣ ହୋଇପାରୁନାହିଁ ।

ସଦର ବ୍ଳକ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ । ଗାଁ ରେ ପ୍ରାୟ ୨୫ ପରିବାର ବସବାସ କରନ୍ତି । ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ଅଛି ଗୋଟିଏ ମାତ୍ର ନଳକୂପ । ସେହି ନଳକୂପରେ ହିଁ ପିଇବା ପାଣି ସଂଗ୍ରହ ସେହି ପାଣିରେ ହିଁ ଗାଧୁଆ ଓ ବାସନ ଧୁଆ ଭଳି ସମସ୍ତ କାର୍ଯ୍ୟ କରାଯାଉଛି। କାରଣ ଗ୍ରାମବାସୀଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି ଗାଁର ସମସ୍ତ ଲୋକେ । ଏହି ଅସ୍ୱାସ୍ଥ୍ୟ କର ଗୋଳିଆ ପାଣି ପିଇ ଲୋକେ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

- Advertisement -

ପାନୀୟ ଜଳ ଭଳି ମୌଳିକ ସମସ୍ୟା ଅଭିଯୋଗ ନେଇ ଗାଁ ଲୋକେ ଅନେକ ଥର ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କୁ ଗୁହାରି କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରିନାହିିଁ । ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବାରୁ ଚଳିତ ନିର୍ବାଚନରେ ଭାଗ ନ ନେବାକୁ ମନସ୍ଥ କରିଛନ୍ତି ଗ୍ରାମବାସୀ। ଯିଏ ତାଙ୍କ ମୌଳିକ ସମସ୍ୟାର ସମାଧାନ କରିବେ ତାଙ୍କୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories