www.samajalive.in
Saturday, December 13, 2025
15.1 C
Bhubaneswar

ଧାମରା ମୁହାଣରେ ଲାଗିଲା ୫୦ ପଶ୍ଚିମବଙ୍ଗର ବୋଟ୍

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମୁହାଣରେ ଆଜି ଅପରାହ୍ଣରେ ବିଭିନ୍ନ ପର୍ୟ୍ୟାୟରେ ମୋଟ ୫୦ ଟି ପଶ୍ଚିମବଙ୍ଗର ମାଛଧରାବୋଟ୍ ଲାଗିଛି। ସେମାନଙ୍କ ମଧ୍ୟରୁ ଧାମରା ମାଛଧରା ଜେଟିରେ ୧୧ଟି, ଧାମରା ବନ୍ଦର ଡିପିସିଏଲ୍ ନିକଟରେ ୬ଟି,ପଦିନିପାଳରେ ୧୨ଟି ଓ କାଳିନାଳିରେ ୮ଟି ଏବଂ କେନ୍ଦ୍ରାପଡାର ତାଳଚୁଆ ନିକଟରେ ୧୩ ଟି ବୋଟ୍ ଲାଗିଥିବା ସୂଚନାମିଳିଛି। ଆଉ କେତେକ ବୋଟ୍ ମଧ୍ୟ ସମୁଦ୍ରରେ ଲଙ୍ଗର ପକାଇଥିବା କଥା କୁହାଯାଉଛି। ମେରାଇନ ବୋଟ୍ ଖରାପ କାରଣରୁ ଜିଲା ପ୍ରଶାସନର ଅଧିକାରୀମାନେ ଏହି ବୋଟ୍ ନିକଟରେ ପହଞ୍ଚିପାରି ନାହାନ୍ତି। ଧାମରା ବନ୍ଦର କତୃପକ୍ଷଙ୍କୁ ଉଦ୍ଧାର କାମ ପାଇଁ ଅନୁରୋଧ କରାଯାଇଛି। ପ୍ରତିକୂଳ ପାଗ କାରଣରୁ ଜେଟିରେ ଲାଗିଥିବା ବୋଟ୍ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଦ୍ୟ,ତେଲ ଓ ଅନ୍ୟାନ୍ୟ ଜିନିଷ ଅଛିକି ନାହିଁ ଏହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ମତ୍ସ୍ୟଜୀବୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଜଣା ପଡିନାହିଁ। ଧାମରା ମତ୍ସ୍ୟସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ରାଜସ୍ୱ ସୁପରଭାଇଜର, ମେରାଇନ ଥାନାର କର୍ମଚାରୀମାନେ ବିଭିନ୍ନ ଜେଟିରେ ପହଞ୍ଚି ମତ୍ସ୍ୟଜୀବୀଙ୍କଠାରୁ ବୋଟ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ମେଦିନାପୁର କଣ୍ଟାଇରେ ଏହି ବୋଟଗୁଡିକ ସାମୁଦ୍ରିକ ପବନ ପ୍ରଭାବରେ ଧାମରା ମୁହାଣ ଆଡକୁ ଭାସି ଆସିଛନ୍ତି ବୋଲି ଅନୁମାନ କରାଯାଉଛି। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ସରକାର ଓଡିଶା ସରକାରକୁ ସହାୟତା ମାଗିଥିଲେ। ସାମୁଦ୍ରିକ ଝଡ ବୁଲବୁଲ ୧୦ ତାରିଖ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ମାଛଧରା ବୋଟ୍ଗୁଡିକ ପାଗ ଭଲ ହେବା ପର୍ୟ୍ୟନ୍ତ ଧାମରାରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ମସ୍ୟଜୀବୀଙ୍କୁ ନେଇ ଧାମରାରେ କେଉଁଠାରେ ରଖାଯିବ ଓ କିପରି ସହାୟତା ପ୍ରଦାନ କରାଯିବ ନେଇ ସ୍ଥାନୀୟ ପ୍ରଶାସନ ନିଜର ଉଦ୍ୟମ ଆରମ୍ଭ କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories