www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରଫୁଲ ସହାୟ ଯୋଜନାରେ  କୁଷ୍ଠ ମୁକ୍ତ ପରିବାରକୁ ଝିଅବାହାଘର ପାଇଁ ମିଳିଲା ଦେଢ଼ଲକ୍ଷ ଟଙ୍କା

ପୁରୀ: ପ୍ରଫୁଲ ସହାୟ ଯୋଜନାରେ ପୁରୀ ପୌରାଞ୍ଚଳର ତିନିଗୋଟି କୁଷ୍ଠ ରୋଗମୁକ୍ତ ପରିବାରଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତ ରାଶି ଯୋଗାଇ ଦିଆ ଯାଇଛି। ଏହି ଅର୍ଥ ସେମାନଙ୍କ ପରିବାର ଝିଅ ବିବାହ କାର୍ଯ୍ୟରେ ଲଗାଇବା ପାଇଁ ଅନୁଦାନ ଆକାରରେ ଦିଆଯାଇଛି। ଜିଲା ପ୍ରଶାସନ ତରଫରୁ ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ଏହି ପ୍ରୋତ୍ସାହନ ରାଶି ପୁରୀ ପୌରାଞ୍ଚଳ  ଜିବରାମ ପଲ୍ଲୀର ଯମୁନା ମିଶ୍ର,ପ୍ରମିଳା ସାହୁ ଓ କବିରାଜ ମହାକୁଡ଼ଙ୍କୁ ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ ଯେ, କୁଷ୍ଠ ରୋଗରେ ଆକ୍ରାନ୍ତ ପରିବାର କୁଷ୍ଠ ମୁକ୍ତ ହେବା ପରେ ନିଜ ପରିବାରରେ ଥିବା ଝିଅ ବିବାହ କରିବା ପାଇଁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଯଦି କୌଣସି କୁଷ୍ଠ ରୋଗମୁକ୍ତ ପରିବାରରେ ବିବାହ ଯୋଗ୍ୟ ଝିଅ ରହି ଥାଏ ତେବେ ଏବଂ ସେମାନେ ଏହି ପ୍ରୋତ୍ସାହନ ରାଶି ପାଇବାକୁ ଚାହୁଁଥାନ୍ତି ତେବେ ସେମାନେ ସିଧାସଳଖ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଯୋଗାଯୋଗ କରିପାରିବେ ବୋଲି ଡି. ଏସ. ଏସ .ଓ ତ୍ରିନାଥ ପାଢ଼ୀ ଜଣାଇଛନ୍ତି ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories