www.samajalive.in
Saturday, December 6, 2025
19.1 C
Bhubaneswar

ଆସୁଛି ବାତ୍ଯା ୪ଟି ସ୍ଥାନରେ ମୁକୁଳା ପଡିଛି ନଦୀବନ୍ଧ

ଆରଡି: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩\୪ଦିନରେ  ମଧ୍ୟରେ  ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ହେବାର ଆଶଙ୍କା ରହିଛି। ଏପରିକି ଏସଆରସିଙ୍କ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସାମ୍ଭାବ୍ୟ ବାତ୍ୟାକୁ ନେଇ କିପରି ଅବସ୍ଥାରେ ଅଛନ୍ତି ଭଦ୍ରକ ଜିଲାର ନଦୀକୂଳିଆବାସୀ ତାର ସ୍ଥିତି ପରଖିବା ପାଇଁ ଗତକାଲି ଜିଲାପାଳ ଜ୍ଞାନ ଦାସ ସମସ୍ତ ତହସିଲିଦାର ଓ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି।
ଭଦ୍ରକ ଜିଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦\୨୨ଗୋଟି ଗାଁ। ହେଲେ ଅନେକ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବା ବେଳେ ୪ ରୁ ୫ଟି ସ୍ଥାନରେ ଦୀର୍ଘବର୍ଷ ହେବ ନଦୀବନ୍ଧ ନଈରେ ଲିନ୍ନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇନଥିବା ନଦୀକୂଳିଆବାସୀ କହିଛନ୍ତି।

ବର୍ତ୍ତମାନ ସାମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳିଆବାସୀ। ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ନିକଟସ୍ଥ ଧାମାରା ସମୁଦ୍ର ମୁହାଣ ଅଶାନ୍ତ ରହିବ ତାହାସହ ଘୂର୍ଣ୍ଣିବଳୟ ପ୍ରଭାବରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି। ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତାହାଲେ ଜନବସତିକୁ ଲୁଣା ପାଣି ମାଡି ଆସିବ ବୋଲି ନଦୀକୂଳିଆବାସୀ କହିଛନ୍ତି। ପୂର୍ବରୁ ଗ୍ରୀଷ୍ମଋତୁରେ ଯେବେ ବାତ୍ୟା ହୋଇଛି ଲୁଣା ଢେଉ ମାଡି ଆସିବାର ନଜର ରହିଛି ବୋଲି ସାନ୍ତୁନ ଦାସ, ପର୍ଶୁରାମ ମାଝୀ, ଆନନ୍ଦ ଜେନା ପ୍ରମୁଖ କହିଛନ୍ତି। ଏପଟେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ସମୀକ୍ଷା କରାଯିବା ସହ ସମସ୍ତ ତହସିଲିଦାର ଓ ବିଡିଓଙ୍କୁ ନଦୀକୂଳିଆ ଅଞ୍ଚଳ ଓ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଦେଖି ରିପୋର୍ଟ କରିବାକୁ ଜଣାଇଛନ୍ତି। ଏପରିକି ଜିଲାପାଳ ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲା ପ୍ରଶାସନ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ଜଣାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories