www.samajalive.in
Monday, December 8, 2025
13.1 C
Bhubaneswar

ମାମଲା ପ୍ରତ୍ୟାହାର ଓ ଜମି ଫେରସ୍ତ ଦାବିରେ ସିପିଆଇର ବିକ୍ଷୋଭ

ବ୍ରହ୍ମପୁର: ମୋନାଜାଇଟ୍‌ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରିଥିବା ଗୁରୁଦେବ ବେହେରା ଏବଂ ୨୭ଜଣ ଗ୍ରାମବାସୀଙ୍କ ଉପରୁ ମାମଲା‌ ପ୍ରତ୍ୟାହାର ଓ ଅଧିଗୃହିତ ଜମିକୁ ଗ୍ରାମବାସୀଙ୍କୁ ଫେରାଇବା ଦାବିରେ ରବିବାର ସ୍ଥାନୀୟ ଟାଟା ବେଞ୍ଜ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିପିଆଇ(ଏମ୍‌-ଏଲ୍‌) ରେଡଷ୍ଟାର୍‌ ଗଞ୍ଜାମ ଜିଲା କମିଟି ତରଫରୁ ଆୟୋଜିତ ଏହି ବିକ୍ଷୋଭରେ ବହୁ ସ୍ଥାନୀୟ ଅଞ୍ଚଳବାସୀ ଭାଗ ନେଇଥିଲେ।

ସଂଗଠନ ତରଫରୁ ଅଭିଯୋଗ ହୋଇଛି ଯେ, ମୋନାଜାଇଟ୍‌ ପ୍ଲାଣ୍ଟ ଯୋଗୁ ମାଟିଖାଲ, ବଡ଼ପୁଟି, ଶ୍ରୀରାମପୁର ଆଦି ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି। କିଡନୀ ରୋଗରେ ଅନେକଙ୍କ ଜୀବନ ଗଲାଣି । ବେଆଇନ୍‌ ଭାବେ ଗ୍ରାମବାସୀଙ୍କ ଜମିକୁ କମ୍ପାନୀ କବଜା କରିଛି। ଏହା ବିରୋଧରେ ଲଢ଼େଇ କରୁଥିବା ଗୁରୁଦେବ ବେହେରାଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଛି। ଏଥି ସହ ୨୭ଜଣ ଗ୍ରାମବାସୀ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବା ସହ ଗୁରୁଦେବଙ୍କୁ ଖଲାସ କରିବାକୁ ସଂଗଠନ ତରଫରୁ ଦାବି ହୋଇଛି। ଏଥି ସହ ବିଭିନ୍ନ କମ୍ପାନି ଦ୍ବାରା ଅଧିଗୃହିତ ହୋଇଥିବା ଶହ ଶହ ଏକର ଜମିକୁ ଗ୍ରାମବାସୀଙ୍କୁ ଫେରସ୍ତ ପାଇଁ ଦାବି କରାଯାଇଛି। ସଂଗଠନର ଜିଲା ସମ୍ପାଦକ ଶଙ୍କର ସାହୁ, ଅବନୀ ଗୟା, ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ଟୁନା ମଲ୍ଲକ, କ୍ରାନ୍ତିକାରୀ କୃଷକ ସଭାର ପି.ପାର୍ବତୀ, କଣମଣା ଗ୍ରାମ ପଞ୍ଚାୟତର ସଭାପତି ଉଦୟନାଥ ପ୍ରଧାନ, ଭଗବାନ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ବିକ୍ଷୋଭରେ ସାମିଲ‌ ହୋଇଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories