www.samajalive.in
Saturday, December 13, 2025
15.1 C
Bhubaneswar

ବ୍ରହ୍ମପୁର ଆଇଟିଆଇର ନବସୃଜନ : ରୋବୋ ୱାରିୟରରେ ବିଶୋଧନ

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ ପକ୍ଷରୁ ବସ୍‍ ଓ ସଂଗରୋଧ କେନ୍ଦ୍ରକୁ ସାନିଟାଇଜ ପାଇଁ ଏକ ରୋବର୍ଟ ନିର୍ମାଣ କରାଯାଇଛି। ୟୁଭୁସି ରୋବୋ ୱାରିୟର ମେସିନ ନାମରେ ନିର୍ମିତ ଏହି ରୋବୋର୍ଟରେ ଅଲଟ୍ରା ଭାୟୋଲେଟ ରଶ୍ମୀ ବ୍ୟବହାର କରାଯାଇଛି। ଯାହା କରୋନା ଭୂତାଣୁ ସହ ବ୍ୟାକ୍ଟେରିଆକୁ ନାଶ କରିବ ବୋଲି ଆଇଟିଆଇ ପକ୍ଷରୁ କୁହାଯାଇଛି।
ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ପୂର୍ବରୁ କୋଭିଡ ହସପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ମୋବାଇଲ, ପେନ ସାନିଟାଇଜ ପାଇଁ ୟୁଭିସି ସାନିଟାଇଜର ଓ ଜୋତା ସାନିଟାଇଜ ପାଇଁ ସୋଲୋ ସାଇନିଟାଇଜର ସହ ସ୍ୱତନ୍ତ୍ର ହ୍ୟାଣ୍ଡ ସାନିଟାଇଜର ନିର୍ମାଣ କରାଯାଇଥିଲା। ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶାଂସା କରାଯାଇଥିଲା। ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲୋସାନିଟାଇଜର ନିର୍ମାଣ କୌଶଳ ଦେଶର ବିଭିନ୍ନ ଆଇଟିଆଇକୁ ଶିକ୍ଷା ଦେବାକୁ ଏହି ଆଇଟିଆକୁ କୁହାଯାଇଥିଲା। ବର୍ତ୍ତମାନ ଏ ଦିଗରେ ବ୍ରହ୍ମପୁର ଆଇଟିଆଇ ଆଉ ଟିକେ ଆଗକୁ ଯାଇ ସାନିଟାଇଜ ଦିଗରେ ଏକ ରୋବୋର୍ଟ ନିର୍ମାଣ କରିଛି। ୟୁଭିସି ରୋବୋ ୱାରିୟର ମେସିନ ନାମରେ ନିର୍ମାଣ କରାଯାଇଥିବା ଏହି ରୋବୋର୍ଟ ହାତରେ ଅଲଟ୍ରା ଭାୟୋଲେଟ ରଶ୍ମୀ ପ୍ରଦାନ କରୁଥିବା ଉପକରଣ ଖଞ୍ଜା ଯାଇଛି। ସେଥିରୁ ବାହାରୁଥିବା ରଶ୍ମୀ ଦ୍ୱାରା ଯାତ୍ରୀବାହୀ ବସ ଓ
ସଂଗରୋଧ କେନ୍ଦ୍ରକୁ ସହଜରେ ସାନିଟାଇଜ କରାଯାଇପାରିବ। ସେହିପରି ଏହି ରୋବର୍ଟ ସାହାଯ୍ୟରେ କରୋନା ସନ୍ଦିଗ୍ଧ ରୋଗୀ ରଖାଯାଉଥିବା କେୟାର ସେଣ୍ଟରକୁ ସାନିଟାଇଜ କରାଯାଇପାରିବ। ଏହାକୁ ରିମୋର୍ଟ କଣ୍ଟ୍ରୋଲ ତଥା ମୋବାଇଲ ଆପ ଦ୍ୱାରା ପରିଚାଳନା କରାଯାଇପାରିବ ବୋଲି ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ରୋବର୍ଟର ଆଖିରେ ବ୍ଳୁଟୁଥ୍‍ କ୍ୟାମେରା ଖଞ୍ଜା ଯାଇଛି। ଯାହାଦ୍ୱାରା ଏହାକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ। ରୋବୋ ପ୍ରଦାନ କରୁଥିବା ଅଲଟ୍ରା ଭାୟୋଲେଟ ରଶ୍ମୀ ଦ୍ୱାରା କରୋନା ଭୂତାଣୁକୁ ନାଶ କରାଯାଇପାରୁଥିବା ଆଇଟିଆଇ ପକ୍ଷରୁ ଦାବି କରାଯାଇଛି। ବ୍ରହ୍ମପୁରରେ ଏହି ରୋବୋକୁ ନେଇ ଏକାଧିକ ବସକୁ ସାନିଟାଇଜ କରାଯାଇ ପରୀକ୍ଷଣ ଶେଷ ହୋଇଛି। ଏହାକୁ ନିର୍ମାଣ କରିବାକୁ ସାଢେ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ଆଇଟିଆଇର ଏହି ଉଦ୍ଭାବନକୁ ନେଇ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ ପ୍ରଶଂସା କରିବା ସହ ଆତ୍ମନିର୍ଭରଶୀଳ ଭାରତ ଯୋଜନାର ଏହା ଏକ ଉନ୍ନତ ଇଞ୍ଜିନିୟରିଂ ଟେକନଲୋଜି ବୋଲି କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories