www.samajalive.in
Thursday, December 11, 2025
13.1 C
Bhubaneswar

ଖାଇବାକୁ ସ୍ୱାଦିଷ୍ଟ ହେବାସହ କୋଷ୍ଠକାଠିନ୍ୟ ଦୂର ଠାରୁ ହାଡ଼ ମଜଭୂତ ପାଇଁ ରାମବାଣ : କିସ୍‍ମିସ୍‍

କିସ୍‍ମିସ୍‍ ଖାଇବାକୁ ଯେପରି ସ୍ୱାଦିଷ୍ଟ, ଅନ୍ୟ ଡ଼୍ରାଏ ଫ୍ରୁଡ୍ସ ତୁଳନାରେ ଶସ୍ତା ମଧ୍ୟ। ଏହାକୁ ସାଧାରଣତଃ ମିଠା ଖାଦ୍ୟଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କିସ୍‍ମିସ୍‍ର ଖଟାମିଠା ସ୍ୱାଦ ଖାଦ୍ୟର ସ୍ୱାଦକୁ ଦୁଇ ଗୁଣିତ କରି ଦେଇଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଉପକାର ମିଳେ ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଏହା ବିଷୟରେ ….
ଶରୀରକୁ ଶକ୍ତି ଯୋଗାଏ –
ନିୟମିତ କିସ୍‍ମିସ୍‍ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଏଥିରେ ପ୍ରାକୃତିକ ଉପାୟରେ ମିଠାଥାଏ। ଯାହା ସହଜରେ ହଜମ ହୋଇଥାଏ। ଫଳରେ ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ଏଥିରେ କୋଲେଷ୍ଟେରୋଲର ନଥାଏ। ତେଣୁ ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ମଧ୍ୟ ଏହାକୁ ଖାଇବା ଲାଭଦାୟକ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ –
ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ଆପଣଙ୍କ ପାଇଁ କିସ୍‍ମିସ୍‍ କୌଣସି ମହୌଷଧି ଠାରୁ କମ ନୁହେଁ। କିସମିସକୁ ଭିଜାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଓଜନ ହ୍ରାସ କରେ –
ଯଦି ଆପଣଙ୍କ ପାଇଁ ମୋଟାପଣ ଏକ ସମସ୍ୟା ପାଲଟିଛି ତେବେ କିସ୍‍ମିସ୍‍ ଖୁବ ଲାଭକାରୀ।  କିସ୍‍ମିସ୍‍  ରେ ଥିବା ପ୍ରାକୃତିକ ମିଠା ଅଂଶ ଶରୀରର କୌଣସି କ୍ଷତି କରିନଥାଏ। ଏହାକୁ ନିୟମିତ ଖାଇଲେ ଓଜନ ହ୍ରାସ ହୋଇଥାଏ।
ହାଡ଼ ମଜଭୂତ କରେ –
ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ତେଣୁ ନିୟମିତ କିସ୍‍ମିସ୍‍ ସେବନ କରିବା ଦ୍ୱାରା ହାଡ଼ ମଜଭୂତ ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories