ସାଧାରଣତଃ ଆମ ଆଖପାଖରେ ଏପରି କିଛି ଗଛ ରହିଛି, ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ମାତ୍ର ଆମେ ସେ ବିଷୟରେ ଜାଣି ନଥା’ନ୍ତି, ଫଳରେ ତାହାର ସଦୁପଯୋଗ କରି ପାରନ୍ତିନାହିଁ। ତେବେ ସେହିପରି ଏକ ଔଷଧୀୟ ଗଛ ହେଉଛି ଟେବୁଲ ଗୋଲାପ। ଏହି ଗଛକୁ ଔଷଧୀୟ ଗୁଣର ଭଣ୍ଡାର କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ଆସନ୍ତୁ ଜାଣିବା ଟେବୁଲ ଗୋଲାପ ଗଛର ଉପକାରୀତା ବିଷୟରେ –
୧. ତ୍ବଚାର ଚମକ ବଢ଼ିଥାଏ : ଏହି ଗଛର ପତ୍ରକୁ ପେଶି ଏହାର ମିଶ୍ରଣକୁ ତ୍ବଚାରେ ଲଗାଇବା ଦ୍ବାରା କିଛି ଦିନ ମଧ୍ୟରେ ଆପଣଙ୍କ ତ୍ବଚାର ରଙ୍ଗ ଗୋରା ହୋଇଯିବ। ଖୁବ୍ କମ୍ ଦିନ ମଧ୍ୟରେ ଆପଣ ଫରକ ଅନୁଭବ କରିପାରିବେ।
୨.କେଶ ପାଇଁ ଲାଭଦାୟକ : ଏଥିରେ ଭିଟାମିନ୍-ଇ ପ୍ରଚୁର ମାତ୍ରାରେ ଥାଏ,ଏଥିପାଇଁ ଟେବୁଲ ଗୋଲାପ ପତ୍ରକୁ ପେଶି କେଶରେ ଲଗାଇବା ଦ୍ବାରା କେଶ ଲମ୍ବା, ଘନ ଏବଂ ସୁନ୍ଦର ହୋଇଥାଏ।
୩. କ୍ଷତ ଶୀଘ୍ର ଶୁଖିଯାଇଥାଏ : ଟେବୁଲ ଗୋଲାପରେ ଆଣ୍ଟିବାୟୋଟିକ୍, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହାର ପତ୍ରକୁ ପେଶି କ୍ଷତ ସ୍ଥାନରେ ଲଗାଇବା ଦ୍ବାରା ଘାଆ ଶୀଘ୍ର ଶୁଖି ଯାଇଥାଏ।



