www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ଗଜା ରସୁଣ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଦୈନିକ ଏହାର ସେବନ ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିଥାଏ। ହେଲେ କ’ଣ ଆପଣ ଜାଣନ୍ତି ସାଧାରଣ ରସୁଣ ଅପେକ୍ଷା ଗଜା ହୋଇଥିବା ରସୁଣରୁ ଆମକୁ ଦୁଇ ଗୁଣା ଅଧିକ ଲାଭ ମିଳିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ଗଜା ହୋଇଥିବା ରସୁଣ ସେବନ ଦ୍ବାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଗଜା ରସୁଣର ଉପକାରିତା ବିଷୟରେ-

୧. କର୍କଟ ରୋଗରୁ ଦୂରେଇ ରଖେ : ଗଜା ରସୁଣର ନିୟମିତ ସେବନ ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଅଙ୍କୁରୋଦଗମ ପ୍ରକ୍ରିୟା ସମୟରେ ରସୁଣରେ ଫାଇଟୋକେମିକାଲର ଉତ୍ପାଦନ ହୋଇଥାଏ। ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

- Advertisement -

୨. ହୃଦରୋଗରୁ ରକ୍ଷା କରେ : ଗଜା ହୋଇଥିବା ରସୁଣ ଦୃଦୟ ଜନିତ ଅନେକ ସମସ୍ୟାରୁ ରକ୍ଷା କରେ। ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ହୃଦୟ ପାଇଁ ଲାଭଦାୟକ ହୋଇଥାଏ। ଏହାର ସେବନ ଦ୍ବାରା ହୃଦଘାତର ଆଶଙ୍କା ଦୂର ହୋଇଥାଏ।

୩. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ : ଏକ ଗବେଷଣାରୁ ଜଣାପଡ଼ିଛି ଯେ ପାଞ୍ଚ ଦିନରେ ଗଜା ହୋଇଥିବା ରସୁଣକୁ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।

୪. ଥଣ୍ଡା ଜ୍ବରରୁ ମୁକ୍ତି ମିଳିଥାଏ : ଯଦି ଆପଣ ବାରମ୍ବାର ଥଣ୍ଡା କାଶ କିମ୍ବା ଜ୍ବରରେ ପୀଡ଼ିତ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଗଜା ହୋଇଥିବା ରସୁଣ ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories