ରାଜ୍ୟରେ ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ବିଭିନ୍ନ ପୌର ସଂସ୍ଥା ଓ ନଗର ନିଗମ ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି କ୍ରମରେ ଶନିବାର ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନେଇ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ନିଗମର ୪୨ଟି ୱାର୍ଡ଼ର ମୋଟ୍ ୨ ଲକ୍ଷ ୫୫ ହଜାର ୩୪୨ ଜଣ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୭ ହଜାର ୭୫୨ ଜଣ ପୁରୁଷ ମତଦାତା ରହିଥିବା ବେଳେ ୧ ଲକ୍ଷ ୨୭ ହଜାର ୫୧୭ ଜଣ ମହିଳା ଭୋଟର ରହିଛନ୍ତି ।
ନିଗମର ୪୦ ନଂ ୱାର୍ଡ଼ରେ ସର୍ବାଧିକ ୮୮୩୫ ଭୋଟର ଅଛନ୍ତି । ସେଥିମଧ୍ୟରୁ ୪୪୨୪ ଜଣ ପୁରୁଷ ଏବଂ ୪୪୧୧ ଜଣ ମହିଳା ମତଦାତା ଅଛନ୍ତି । ସେହିପରି ୪୧ ନଂ ୱାର୍ଡ଼ରେ ସର୍ବନିମ୍ନ ୪୨୧୬ ମତଦାତା ଥିବା ଜଣାପଡିଛି । ଏହି ୱାର୍ଡ଼ରେ ୨୧୧୬ ପୁରୁଷ ଓ ୨୧୦୦ ଜଣ ମହିଳା ଭୋଟର ଅଛନ୍ତି ।



