www.samajalive.in
Sunday, December 7, 2025
13.1 C
Bhubaneswar

ପୁଟିନ୍‌ଙ୍କୁ ଭେଟିବାର ତୁରନ୍ତ ପରେ ବେଲାରୁଷ୍ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି; ବିଷ ଦିଆଯାଇଥିବା ଆଶଙ୍କା

ମସ୍କୋ: ବେଲାରୁଷ୍ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ସାକ୍ଷାତ କରିବା ପାଇଁ ଲୁକାଶେଙ୍କୋ ମସ୍କୋ ଆସିଥିଲେ, କିନ୍ତୁ ପୁଟିନ୍‌ଙ୍କୁ ଭେଟିବାର ତୁରନ୍ତ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଥିବା ନେଇ ଆଶଙ୍କା କରାଯାଉଛି।

ବେଲାରୁଷର ବିରୋଧୀ ଦଳ ନେତା ଭାଲେରୀ ସେପକାଲୋ କହିଛନ୍ତି ଯେ, ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଲୁକାଶେଙ୍କୋ ଏବଂ ପୁଟିନଙ୍କ ମଧ୍ୟରେ ଏକ ବନ୍ଦ ଘରେ ବାର୍ତ୍ତାଳାପ ହୋଇଥିଲା, ଯାହାପରେ ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେପକାଲୋ କହିଛନ୍ତି, ରୁଷର ବରିଷ୍ଠ ଡାକ୍ତରମାନେ ଲୁକାଶେଙ୍କୋଙ୍କ ଚିକିତ୍ସା କରୁଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଲୁକାଶେଙ୍କୋଙ୍କ ରକ୍ତ ସଫା କରିବାର ପ୍ରକ୍ରିୟା ଚାଲିଛି ବୋଲି ସେପକାଲୋ ସୂଚନା ଦେଇଛନ୍ତି। ସାଧାରଣତଃ ବିଷ ଶରୀରରେ ପହଞ୍ଚିବା ପରେ ରକ୍ତ ସଫା କରିବାର ପ୍ରକ୍ରିୟା କରାଯାଇଥାଏ। ଏହି କାରଣରୁ ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ।

- Advertisement -

ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତି ନିକଟତର ବୋଲି କୁହାଯାଏ। ଏହାପୂର୍ବରୁ ଲୁକାଶେଙ୍କୋ ରୁଷର ବିଜୟ ଦିବସ ପରେଡରେ ମଧ୍ୟ ସାମିଲ ହୋଇଥିଲେ। ଯଦିଓ ପରେଡ ଶେଷ ହେବା ମାତ୍ରେ ସେ ନିଜ ଦେଶକୁ ଫେରିଯାଇଥିଲେ। ଦୀର୍ଘ ଦିନ ଧରି ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ରହିଥିଲା। କିନ୍ତୁ ଲୁକାଶେଙ୍କୋ କହିଥିଲେ ଯେ, ସବୁ ଠିକ୍ ଅଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories