www.samajalive.in
Saturday, December 6, 2025
19.1 C
Bhubaneswar

ଘୃଣା ନୁହେଁ ଭଲପାଇବା ହିଁ କରୋନା ବିରୋଧରେ ଅସଲ ଲଢେଇ

ବେଲପଡ଼ା: କରୋନା ସଂକ୍ରମଣ ଯୋଗୁଁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଘୃଣା କରିବାର ସ୍ୱାଭାବିକ ହୋଇପଡିଛି। ହେଲେ ଏକ ଗ୍ରାମାଞ୍ଚଳର ଲୋକ ମାନେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ମାନଙ୍କୁ ଫୁଳତୋଡା ଦେଇ ଗାଁକୁ ପ୍ରବେଶ କରାଉଥିବା ଦେଖିବାକୁ ମିଳିଛି। କରୋନା ବିରୋଧରେ ଲଢିବାକୁ ହେଲେ ଲୋକଙ୍କୁ ଘୃଣା ନୁହେଁ ଭଲପାଇବା ହିଁ ଅସଲ ଲଢେଇ ବୋଲି ଗ୍ରାମବାସୀ ବର୍ତ୍ତା ଦେଇଛନ୍ତି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ବେଲପଡା ବ୍ଲକ ଅନ୍ତର୍ଗତ ଜଳିଆ ଗାଁର ପ୍ରାୟ ୩୦ ଜଣ ପ୍ରବାସୀ ଶ୍ରମିକ ପେଟ ପାଟଣା ପାଇଁ ଦାଦନ ଖଟିଯାଇ ଘରକୁ ଫେରିଥିବା ଜଣାଯାଇଛି। ଗଞ୍ଜାମ ଜିଲାରୁ ପ୍ରବାସୀ ଶ୍ରମିକ ମାନେ ଏକ ବସ୍‍ ଯୋଗେ ପାଟଣାଗଡ ପହଞ୍ଚିଥିଲେ। ସେଠାରୁ ଶ୍ରମିକ ମାନେ ପାଟଣାଗଡରୁ ଏକ ଗାଡି ଭଡା କରି ଗାଁକୁ ଆସୁଥିବାର ଗ୍ରାମବାସୀ ଖବର ପାଇଥିଲେ। ଏହାପରେ ସ୍ଥାନୀ ସରପଞ୍ଚ ଙ୍କ ସ୍ୱାମୀ କିଶାନ ରଣା, ଗାଁ ଗଉତିଆ ଲଲିତ ମୋହନ ବୁଡେକ, ଆଶା ଦିଦି ରିନାରାଣୀ ସାହୁଙ୍କ ସମେତ ଗ୍ରାମର ଲୋକେ ଗାଁ ମୁଣ୍ଡରେ ଥିବା ଶିବମନ୍ଦିର ନିକଟରେ ପ୍ରଭାସୀ ଶ୍ରମିକ ମାନଙ୍କୁ ଅପେକ୍ଷା କରିଥିଲେ। ପ୍ରବାସୀ ଶ୍ରମିକ ମାନେ ଗାଁକୁ ପହଞ୍ଚିବା ପରେ ଗାଁ ଲୋକେ ସାମାଜିକ ଦୂରତାକୁ ରକ୍ଷା କରି ସେମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ହୋମ୍‍କ୍ୱାରେଣ୍ଟାଇନ୍‍ରେ ରହିବାକୁ କହିଥିଲେ। ଗ୍ରାମବାସୀଙ୍କ କହିବା ଅନଯାୟୀ, ଉକ୍ତ ଗ୍ରାମର ଶତାଧିକ ଲୋକ ଦାଦନ ଯାଇଛନ୍ତି। ବର୍ତ୍ତମାନ ଦାଦନ ଶ୍ରମିକ ମାନେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଏଥିପାଇଁ ଶ୍ରମିକ ମାନଙ୍କୁ ଫୁଲତୋଡା ଦେଇ ମନରେ ଭଲପାଇବା ଜାଗ୍ରତ କରି ହୋମ୍‍କ୍ୱାରେଣ୍ଟାଇନରେ ରହିବାକୁ ଗ୍ରାମବାସୀ ପରାମର୍ଶ ଦେଇଥିଲେ। ଶ୍ରମିକ ମାନଙ୍କୁ ଭଲପାଇବା ବଦଳରେ ଘୃଣା କରାଗଲେ ସେମାନେ ଆମ କଥା ନମାନି ହୋମ୍‍କ୍ୱାରେଣ୍ଟଇନରେ ନରହି ଲୋକଙ୍କ ସହିତ ମିଳାମିଶା କରି କ୍ଷତି କରିପାରନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରୟାସକୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories