ବେଗୁନିଆ: ବେଗୁନିଆ ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋଡା ଗ୍ରାମରେ ଗତ ୧୪ ତାରିଖ ଦିନ ଭୋର ସମୟରେ ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ଥିବା ଏକ କୂଅରେ ପଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ସମ୍ପୃକ୍ତ ଗ୍ରାମର ବାବନ ମାଣିଆ ଭୋର ସମୟରେ ଶୌଚ ହେବା ପାଇଁ ଯାଇଥିବା ସମୟରେ ତାଙ୍କ ଘର ନିକଟରେ ଥିବା ଏକ ପାଣି ଭର୍ତ୍ତି କୂଅ ଭିତରେ ପଡିଯାଇଥିଲେ। ପରିବାର ଲୋକମାନେ ତାଙ୍କ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ଖୋଜି କରିବା ପରେ କୂଅ ନିକଟରେ ତାଙ୍କର ସାଲ ଏବଂ ବାଡ଼ି ପଡିଥିବାର ଦେଖି ବେଗୁନିଆ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପଂହଁଚି କୂଅ ଭିତରୁ ତାଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ନେଇଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଛି।
Popular Categories



