www.samajalive.in
Saturday, December 6, 2025
19.1 C
Bhubaneswar

ନିର୍ମାଣ କାର୍ଯ୍ୟରେ ଗ୍ରାମ୍ୟଉନ୍ନୟନ ବିଭାଗର ଅହେତୁକ ବିଳମ୍ବ, ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ କୋର୍ଟ ଖୋଲିବାରେ ଅନିଶ୍ଚିତତା

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଅସ୍ଥାୟୀ ଭାବେ କୋର୍ଟ ପୁରୁଣା ମିନି ଆଇଟିଆଇ ବିଲ୍ଡିଂରେ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ସେଥିପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି କୋର୍ଟ ମ୍ୟାନେଜର ଏବଂ ଜିଲ୍ଲାଜଜ ବାରମ୍ବାର ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଉକ୍ତ ଗୃହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲାଜଜ ତତ୍କାଳୀନ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ବ୍ଲକ ତରଫରୁ ଅନୁଦାନ ନଥିବାର ଆଳ ଦେଖାଇ କାର୍ଯ୍ୟ ନକରି ସମୟ ଗଡେଇ ଚାଲିଥିଲେ । ଫଳରେ ଗୃହ କାର୍ଯ୍ୟ କରିବାରେ ବିଳମ୍ବ ହେବା ଯୋଗୁଁ କୋର୍ଟ ଖୋଲିବାରେ ବିଳମ୍ବ ଘଟିଥିଲା । ଏବଂ ଲୋକମାନେ ତାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିଲେ । ପରେ ଉକ୍ତ ଗୃହର ମରାମତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । କିନ୍ତୁ ବିଲ୍ଡିଂଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନଥିବାରୁ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟ କରିବା କ୍ଷେତ୍ରରେ ବିଳମ୍ବ କରିଥିଲେ । ବ୍ଲକ ଅଧୀନରେ ଉକ୍ତ ବିଲ୍ଡିଂଟି ଥିବାବେଳେ ତତସଂକ୍ରାନ୍ତୀୟ କାଗଜପତ୍ର କିନ୍ତୁ ବ୍ଲକରେ କିଛି ନଥିବାର ଜଣାପଡିଥିଲା।

ପରେ ବେଗୁନିଆ ବିଡ଼ିଓ ଅନ୍ୟ ଉପାୟ ନପାଇ ଲିଖିତ ଭାବରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥିଲେ। ବିଭାଗ ତରଫରୁ କାଗଜପତ୍ର କରିବା ପାଇଁ କିଛି ମାସ ସମୟ ନେବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାଜଜ କୋର୍ଟ ମ୍ୟାନେଜରଙ୍କ ସହିତ ଆସି ବିଲ୍ଡିଂଟି ପରିଦର୍ଶନ କରି କେଉଁ ଜାଗାରେ କ’ଣ ତିଆରି ହେବ ତାହା କହିବା ପରେ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ସେ ସମୟରେ ବେଗୁନିଆ ବିଡ଼ିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ କାର୍ଯ୍ୟ ଶୀଘ୍ର ସାରିବା କ୍ଷେତ୍ରରେ ପ୍ରଶାସନିକ କ୍ଷେତ୍ରରେ ଯେଉଁଭଳି ପଦକ୍ଷେପ ନିଆଯିବା କଥା ସେପରି ନିଆଯାଉ ନଥିବାରୁ କାର୍ଯ୍ୟଟି ଠିକ ସମୟରେ ସରିପାରୁ ନାହିଁ, ଫଳରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ କୋର୍ଟ ଖୋଲିବାରେ ବିଳମ୍ବ ଘଟୁଛି। ଠିକାଦାର ଏବଂ ଯନ୍ତ୍ରୀମାନଙ୍କର ମଧୁଚନ୍ଦ୍ରିକା କାର୍ଯ୍ୟକ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । ଅନ୍ୟ ପଟେ ସମ୍ପୃକ୍ତ ବିଲ୍ଡିଂର ବାହାରପଟ ଏକମାସ ହେଲା କୋର୍ଟ ରଙ୍ଗ ଦିଆଯାଇ ଥିବା ବେଳେ ଭିତର କାମ ସାରିପାରୁନାହିଁ। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories