www.samajalive.in
Sunday, December 7, 2025
16.1 C
Bhubaneswar

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଆଜ୍ଞାମାଳ: ବସିଛି ରତ୍ନଭଣ୍ଡାର ତଦାରଖ କମିଟି ବୈଠକ

ପୁରୀ: ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆଜି ଦିନ ଗୋଟାଏ ପରେ ଶୁଭ ସମୟ ଅଛି। ତେଣୁ ୧ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବ। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ବସିଛି। ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ରତ୍ନଭଣ୍ଡାର ଖୋଲିବାବେଳେ ସାମୟିକ କଟକଣା ରହିବ, ସିଂହଦ୍ଵାର ଛାଡି ବାକି ଦ୍ଵାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡାଯିବ । କମିଟିର ସଦସ୍ୟ ଯିବାବେଳେ ବି ଯାଞ୍ଚ କରାଯିବ। ବେହରଣ ଦ୍ଵାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଆଜ୍ଞାମାଳ ଆସି ପହଞ୍ଚିଛି।  ଡୁପ୍ଲିକେଟ୍‌ ଚାବିରେ ଯଦି ଭିତର ରତ୍ନଭଣ୍ଡାର ତାଲା ନଖୋଲେ ତେବେ ଭାଙ୍ଗି ଦିଆଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବ। ଆବଶ୍ୟକ ମରାମତି ପାଇଁ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ନିକଟସ୍ଥ ଅନ୍ୟ ଏକ କୋଠରିକୁ ସ୍ଥାନାନ୍ତର କରାଯିବ। ଭିତର ରତ୍ନଭଣ୍ଡାରରେ ଆଲୋକ ବ୍ୟବସ୍ଥା କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଗଣତି ମଣତି କରାଯିବ। ୧୯୭୮ର ଗଣତି ରିପୋର୍ଟକୁ ଭିତ୍ତିକରି ରତ୍ନ ଅଳଙ୍କାରଗୁଡ଼ିକୁ ମେଳକ କରାଯିବ। ରତ୍ନ ଅଳଙ୍କାରଗୁଡ଼ିକର ମାନ ପରୀକ୍ଷା ପାଇଁ ଧାତୁ ବିଶେଷଜ୍ଞ ଏବଂ ଅଭିଜ୍ଞ ବଣିଆଙ୍କୁ ନିୟୋଜିତ କରାଯାଇଛି।

 

- Advertisement -

 

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories