www.samajalive.in
Tuesday, December 9, 2025
16.1 C
Bhubaneswar

ଶୀତ ଦିନରେ ଆପଣାନ୍ତୁ ଏହି ଉପାୟ; ମୁହଁ ହେବ ଉଜ୍ଜଳ ଓ ସୁନ୍ଦର

ଶୀତ ଦିନର ପ୍ରାରମ୍ଭରେ ହୋଇସାରିଛି। ଏହି ଦିନରେ ମୁହଁର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସ୍ୱତନ୍ତ୍ର ଯତ୍ନ ନେଲେ ହିଁ ମୁହଁ ନରମ ହେବା ସହ ଉଜ୍ଜଳ ମଧ୍ୟ ହୋଇଥାଏ। ଘରେ ଏହି ପ୍ରାକ୍‍ ପ୍ରସ୍ତୁତ କରି ବ୍ୟବହାର କଲେ ଏହା ମୁହଁ ପାଇଁ ଖୁବ ଉପକାରୀ ହୋଇଥାଏ। ଘରେ ପ୍ରସ୍ତୁତ ହେଉଥିବା ଏହି ପ୍ୟାକ୍‍ ମୁହଁକୁ ସୁନ୍ଦର କରିବା ସହ ଖୁବ ଲାଭଦାୟକ ମଧ୍ୟ ଅଟେ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ….


ମହୁ ଓ କଦଳୀ – ପାଚିଲା କଦଳୀ, ସାମାନ୍ୟ କ୍ଷୀର, ୧ ଚାମଚ ଚନ୍ଦନ ପାଉଡ଼ର ଅଳ୍ପ ମହୁ ମିଶାନ୍ତୁ। ଏହାକୁ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ମୁହଁ ପାଇଁ ଖୁବ ଲାଭଦାୟକ ଅଟେ।

- Advertisement -


ମନ୍ଦାର ଫୁଲ : ମନ୍ଦାର ଫୁଲକୁ ରାତିଯାକ ଥଣ୍ଡା ପାଣିରେ ବତୁରାଇ ଦିଅନ୍ତୁ । ଏହା ପରେ ସକାଳେ ଏହାକୁ ପେଷି ଦିଅନ୍ତୁ। ପେଷିବା ପରେ ବତୁରାଇଥିବା ପାଣିରେ ଏହାକୁ ମିଶାନ୍ତୁ। ଏଥିରେ ସାମାନ୍ୟ ଅଟା , ଟି ଟ୍ରି ଅଏଲ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ମୁହଁରେ ଲଗାଇବା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ମୁହଁର ରଙ୍ଗକୁ ଗୋରା କରିବା ସହ ଉଜ୍ଜଳ ମଧ୍ୟ କରିଥାଏ।


ଦହି ଓ ବେସନ – ଏକ ପାତ୍ରରେ ଦହି, ବେସନ, ମହୁକୁ ମିଶାଇ ଦିଅନ୍ତୁୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ । ଏହା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁକୁ ନରମ କରିବା ସହ ଉଜ୍ଜଳ କରିଥାଏ।


କାକୁଡ଼ି ଓ ଅମୃତଭଣ୍ଡା – କାକୁଡ଼ି ଓ ଅମୃତଭଣ୍ଡାକୁ ପେଷି ସେଥିରେ ଦହି, ଲେମ୍ବୁ ରସ, ଅଳ୍ପ ଅଟା ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଓ ବେକରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ମଧ୍ୟ ମୁହଁ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories