www.samajalive.in
Thursday, December 11, 2025
15.1 C
Bhubaneswar

ବ୍ୟବହାର ଦେୟ ଛାଡ଼, ହେଲେ ଶୌଚାଳୟ ଖୋଲିପାରିବ ତ !

ଭୁବନେଶ୍ୱର : ଲୋକେ ମାଗଣାରେ ଶୌଚାଳୟ ବ୍ୟବହାର କରିବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ (ଏଚ୍‌ଆଣ୍ଡୟୁଡି) ବିଭାଗ ଘୋଷଣା କରିଛି। ଅଗଷ୍ଟ ୩୧ ଯାଏ ଶୌଚାଳୟ ବ୍ୟବହାରକାରୀ ଦେୟ ଦେବେ ନାହିଁ। ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଣ୍ଟରନାସନାଲକୁ ଏହି ନିର୍ଦେଶ ଦିଆଯାଇଛି। ମହାନଗର ନିଗମ କମିସନର ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଚ୍‌ଆଣ୍ଡୟୁଡି ଚିଠି ଲେଖିଛି। କରୋନାରେ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ବିଭାଗ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରମୁଖ ସଚିବ ଜି.ମାଥିଭାଥନନ କହିଛନ୍ତି।

ଜଣେ ଶୌଚାଳୟ କର୍ମଚାରୀ କହିଛନ୍ତି, କରୋନା ଯୋଗୁଁ ଦୁଇମାସ ହେଲା ଦରମା ମିଳିନାହିଁ। କେବଳ ଖାଇବାକୁ କିଛି ଟଙ୍କା ମିଳୁଛି। ପରିବାର ଲୋକେ ବହୁ ସମସ୍ୟାରେ ଅଛନ୍ତି। ପୂର୍ବରୁ ଦୈନିକ ୧୫୦ରୁ ୨୦୦ ଲୋକ ଶୌଚାଳୟକୁ ଆସୁଥିଲେ। ତାଲାବନ୍ଦ ଯୋଗୁଁ ୪୦ରୁ ୫୦ ଲୋକ ଆସୁଛନ୍ତି। ଏଥିରୁ ପାଖାପାଖି ୩୦୦/୪୦୦ ଟଙ୍କା ମିଳୁଛି। ଅନେକ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯାଉଛି। ରାଜ୍ୟ ସରକାର ଏବେ ଦେୟ ଛାଡ଼ ଘୋଷଣା କରିଛନ୍ତି। ମାଲିକ ଯଦି ଟଙ୍କା ନଦେବେ ଆମେ ଚଳିବୁ କିପରି ?

- Advertisement -

ଜଣେ ଶୌଚାଳୟ ପରିଚାଳକ କହିଛନ୍ତି, ପୂର୍ବରୁ ୩୦୦୦ରୁ ୪୦୦୦ଟଙ୍କା ଆଦାୟ ହେଉଥିଲା। ଏଥିରେ ଶୌଚାଳୟ ପରିଚାଳନା, କର୍ମଚାରୀଙ୍କ ଦରମା ଦିଆଯାଉଥିଲା। କରୋନା ଦିନଠାରୁ ବ୍ୟବସାୟ ମାନ୍ଦା ହୋଇଯାଇଛି। କର୍ମଚାରୀଙ୍କୁ ଦରମା ମିଳିବାରେ ବିଳମ୍ବ ହୋଇଛି। ଦେୟମୁକ୍ତ ହେଲେ ଶୌଚାଳୟ ଚାଲିବାରେ ବହୁ ସମସ୍ୟା ହେବ।

ରହୁନି ସାନିଟାଇଜର:
ସହରରେ ଥିବା ଶୌଚାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶରେ ସାନିଟାଇଜର ରହୁନାହିଁ। କେବଳ ଫିନାଇଲ ଏବଂ ବ୍ଲିଚିଙ୍ଗ୍‌ ପାଉଡର ସାହାଯ୍ୟରେ ସଫା କରାଯାଉଛି। କରୋନା ସମୟରେ ଶୌଚାଳୟରେ ସାନିଟାଇଜେସନ ବ୍ୟବସ୍ଥା କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ବେଳେ ଏଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି।
ମାର୍କେଟ ବିଲ୍‌ଡିଂ ରାସ୍ତାକଡ଼ ବ୍ୟବସାୟୀ ଭିକି କହିଛନ୍ତି, ଶୌଚାଳୟ ବ୍ୟବହାର କଲେ ଥରକୁ ୭ରୁ ୧୦ ଟଙ୍କା ଦେବାକୁ ପଡ଼ୁଛି। କେବଳ ମଳ ତ୍ୟାଗ କଲେ ୫ଟଙ୍କା ଦେବାକୁ ପଡ଼ୁଛି। ହେଲେ ଶୌଚାଳୟରେ ସାନିଟାଇଜର ନାହିଁ କି ଠିକ୍‌ରେ ସଫା କରାଯାଉ ନାହିଁ।
ସହରାଞ୍ଚଳରେ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ (ୟୁଡବ୍ଲ୍ୟୁଇଆଇ) ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଶ୍ରମିକମାନେ ଶୌଚାଳୟ ଉପରେ ନିର୍ଭର କରିବେ। ତେବେ ଶୌଚଳାୟ ନ ଖୋଲିଲେ ସହରର ପରିମଳ ବ୍ୟବସ୍ଥା ବିଗିଡ଼ିବା ସମ୍ଭାବନା ଦେଖିଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories