www.samajalive.in
Wednesday, December 10, 2025
26.1 C
Bhubaneswar

ମୋ ବସରେ‌ କାର୍ଯ୍ୟକାରୀ ହେବ ପୂର୍ବ ପାସ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାରଠାରୁ ଭୁବନେଶ୍ବର ସମେତ କଟକ ଏବଂ ଖୋର୍ଦ୍ଧା ସହରକୁ ‘ମୋ ବସ୍‌’ ଗଡ଼ିଛି। ବସ୍‌ ସେବା ଆରମ୍ଭ ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଯାତ୍ରୀ ଏବଂ ଗାଇଡଙ୍କୁ ତିନିଟି ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ବାର୍ତ୍ତାକୁ ମାନିଲେ କରୋନା ସଙ୍କଟରୁ ମୁକ୍ତି ମିଳିବ। ଏଥିସହିତ ଲକ୍‌ଡାଉନ୍‌ ପୂର୍ବରୁ କ୍ରୁଟ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ମୋ ବସ୍‌ ପାସ୍‌ ଅବଧି ଚାଲୁ ରହିବ ବୋଲି ସେ କହିଛନ୍ତି।
ପ୍ରଥମତଃ ବସ୍‌ରେ ଯେତିକି ସିଟ୍‌ ରହିଛି ସେତିକି ଯାତ୍ରୀ ଯାତ୍ରା କରି ପାରିବେ। ବସ୍‌ରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇ ପାରିବେ ନାହିଁ କି ଯାତ୍ରା ପାଇଁ ଗାଇଡ ଅନୁମତି ଦେବେ ନାହିଁ। ବଳପୂର୍ବକ ଚଢ଼ିବାକୁ ଚେଷ୍ଟା କରୁଥିବା ଯାତ୍ରୀଙ୍କୁ ବିରୋଧ କରିବାକୁ ଶ୍ରୀ ବୋଥ୍ରା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଦ୍ବିତୀୟରେ ବସ୍‌ରେ ଯାତ୍ରୀମାନେ ଯାତ୍ରା କଲାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତୃତୀୟରେ ବସ୍‌ ଭିତରେ ଯାତ୍ରୀ ଗାଇଡଙ୍କୁ ଉଚିତ ବସ୍‌ ଭଡ଼ା ଦେବେ। ଭଡ଼ା ବାବଦରେ ଖୁଚୁରା ଦେବାକୁ ବିଶେଷଭାବେ ଯାତ୍ରୀଙ୍କୁ ଅନୁରୋଧ କରାଯାଉଥିବା ସେ କହିଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଡୁଥିବା ମୋ ବସ୍‌କୁ ସାନିଟାଇଜ୍‌ କରାଯାଉଛି। କ୍ରୁଟ ପକ୍ଷରୁ ଧୀରେ ଧୀ‌େ‌ର ଅନ୍ୟ ରୁଟ୍‌ରେ ମୋ ବସ୍‌ ସେବା ଆରମ୍ଭ କରାଯିବ ଶ୍ରୀ ବୋଥ୍ରା କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories