ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦନଗରରେ ଶୁକ୍ରବାର ଏକ ମୋବାଇଲ୍ ଦୋକାନରୁ ବଡ ଧରଣର ଲୁଟ୍ ହୋଇଛି । ଲୁଟେରା ଦୋକାନରେ ପଶି ପ୍ରାୟ ଲକ୍ଷାଧିକ ଟଙ୍କାର ଆଇଫୋନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ବ୍ୟାଗ୍ରେ ମୋବାଇଲ୍ ନେଇ ଫେରାର ହେବା ଓ ଲୁଟ୍ର ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରାୟ ୬ ଜଣ ଲୁଟେରା ଏହି ଲୁଟ୍ରେ ସାମିଲ୍ ଥିବା କ୍ୟାମେରାରେ କଏଦ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଲୁଟେରାଙ୍କ ଲିଙ୍କ ଆନ୍ତଃରାଜ୍ୟ ଚୋରଙ୍କ ସହ ଥିବା ପୁଲିସ ସନ୍ଦେହ କରୁଛି । ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟ୍ ହୋଇଛି ।
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..



