www.samajalive.in
Monday, December 8, 2025
13.1 C
Bhubaneswar

ରାଜଧାନୀରେ ପୁଲିସକୁ ବଡ ସଫଳତା ; ଧରାପଡିଲେ ୪ ଆନ୍ତଃ ଜିଲା ଛିନତାଇ ଗ୍ୟାଙ୍ଗ

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁଲିସ କବଜାରେ ୪ ଆନ୍ତଃ ଜିଲା ଛିନତାଇ ଗ୍ୟାଙ୍ଗ ଧରାପଡିଛନ୍ତି। ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ପାଖାପାଖି ୪୦୦ ଗ୍ରାମର ୩୦ଟି ସୁନା ଚେନ୍‌‌,୩ଟି ବାଇକ୍‌‌ ଜବତ କରାଯାଇଛି। ସଙ୍ଗଠିତ ଗ୍ୟାଙ୍ଗ କରି ଏମାନେ ଲୁଟପାତ କରୁଥିଲେ। ଏଜେଣ୍ଟ ଭାବେ ଏମାନେ ଅପରାଧୀ ରଖୁଥିଲେ। କଳାପୋଷାକରେ ସ୍ପିଡ୍‌‌ ବାଇକରେ ଯାଇ ଆଖି ପିଛୁଳାକେ ଚେନ୍‌‌ ଝାମ୍ପି ଫେରାର ହୋଇ ଯାଉଥିଲେ। ସୁନା ଋଣ ଶାଖାରେ ସୁନା ବନ୍ଧା ପକାଇ ଅର୍ଥ ଆଣୁଥିଲେ। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଛିନତାଇ କରିଛନ୍ତି। ଏହାସହ କଟକ, ଭୁବନେଶ୍ୱର , ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଛିନ୍‌‌ତାଇ କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories