ରାଜଧାନୀରେ ବିଚ୍‌‌ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ ଦେଖାଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଚ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡାଇ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏୟାରଫିଲ୍ଡ ଥାନା ଭୀମକୁଣ୍ଡ ମନ୍ଦିର ସମ୍ମୁଖରେ ଏହି ଘଟଣା ଘଟିଛି। ଘଟଣାରେ ଗୁରୁତର ଆହତ ଯୁବକ ସରୋଜ ତ୍ରିପାଠି ବୋଲି ଜଣାପଡିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସରୋଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣାର ତଦନ୍ତ କରାଯାଉଛି।

Comments are closed.