ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି। ତାଲା ପଡିଥିବା ଘରକୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି ଲୁଟେରା। ଭୁବନେଶ୍ବର କପିଳପ୍ରସାଦ କେଳୁଚରଣ ଲେନ୍ ରୁ ଲୁଟ୍ ହୋଇଛି। କପିଳ ପ୍ରସାଦ କେଳୁଚରଣ ଲେନ୍ ୫ରେ ଥିବା ଏକ ଘରେ ଲୁଟେରାମାନେ ପଶି ଲୁଟ୍ କରିଛନ୍ତି। ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା , ଗହଣା ଲୁଟି ନେଇଛନ୍ତି। ତେବେ ଘର ମାଲିକ ଧ୍ରୁବ ପାତ୍ର ଦୁଇ ଦିନ ତଳେ ବାଙ୍ଗାଲୋର ଯାଇଛନ୍ତି। ରବିବାର ସକାଳୁ ପାଖ ପଡୋଶୀ ଧ୍ରୁବଙ୍କ ଝରକା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Comments are closed.