www.samajalive.in
Tuesday, December 9, 2025
16.1 C
Bhubaneswar

ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଫିଟିଲା

ଭୁବନେଶ୍ବର: ପ୍ରାୟ ୨ ବର୍ଷ ପରେ ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଫିଟିଛି। ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ନିୟମ ଆଣିଛନ୍ତି ସରକାର। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନିୟମ ଅନୁସାରେ, ଆପାର୍ଟମେଣ୍ଟ ମାଲିକଙ୍କ ସଂଘ ଗଢ଼ାଯିବ। ସଂଘକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ। କମନ୍ ଏରିଆରେ କେତେ ଜମି ଅଛି, ଘର କ୍ରେତାଙ୍କ ପାଇଁ କ’ଣ ସୁବିଧା ଅଛି; ତାହା ଜଣାଇ ଦିଆଯିବ। ଖେଳ ପଡ଼ିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ। ପୁରୁଣା ଆପାର୍ଟମେଣ୍ଟରେ ମଧ୍ୟ ଏହି ନିୟମ ଲାଗୁହେବ। ବିଭାଗ ପକ୍ଷରୁ ଜାରି ନିୟମରେ, ଆପାର୍ଟମେଣ୍ଟରେ କିଭଳି ବାସଗୃହ କ୍ରେତାଙ୍କ ଆସୋସିଏସନ୍ ଗଠନ ଓ ପଞ୍ଜୀକରଣ ହେବ, ପ୍ରକଳ୍ପର ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ କିଭଳି ସଂଘ ନାମରେ ପଞ୍ଜୀକରଣ ହେବ, ସେନେଇ ବିସ୍ତୃତ ସୂଚନା ଦିଆଯାଇଛି। ରାଜ୍ୟରେ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ନଥିବାରୁ ୨୦୨୨ ମେ’ ୧୨ରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ୍ ଲଗାଇଥିଲେ ଉଚ୍ଚ ନ୍ୟାୟାଳୟ। ୨୦୨୩ ଜୁନ୍‌ରେ ସରକାର ଆପାର୍ଟମେଣ୍ଟ ମାଲିକାନା ଆଇନ ଆଣିବାକୁ ଅଧ୍ୟାଦେଶ ଜାରି କରିଥିଲେ ବି ନିୟମ ଆସି ନଥିବାରୁ ବନ୍ଦ ରହିଥିଲା ଆପାର୍ଟମେଣ୍ଟ ପଞ୍ଜୀକରଣ। ଏହାଫଳରେ କିଣିଥିବା ଘର ପାଇବାରୁ ବଞ୍ଚିତ ହେଉଥିଲେ ହଜାର ହଜାର ବାସଗୃହ କ୍ରେତା। ଏବେ ନିୟମ ଆସିଥିବାରୁ, ଖୁବ୍‌ଶୀଘ୍ର ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ସହ ସେମାନେ ଆଇନଗତ ଭାବେ ନିଜ ସ୍ବପ୍ନର ଘରର ମାଲିକ ହୋଇପାରିବେ ବୋଲି ଆଶା ରଖିଛନ୍ତି। ରିୟଲ ଇଷ୍ଟେଟ୍ ବିଶେଷଜ୍ଞଙ୍କ ମତରେ ରାଜ୍ୟରେ ୪୦ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ଭୁଲ ବାଟରେ ଚାଲିଥିଲା। ଏହି ନିୟମ ଏସବୁରେ ଅନ୍ତ ଘଟାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories