ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ବୁଧବାର ଏକ ଘରୋଇ ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ସୂଚନା ଅନଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗିଯାଇଥିଲା । ବସ୍ ଜଳୁଥିବା ଦେଖି ଆଖପାଖରେ ଥିବା ସମସ୍ତ ବସ୍ ଗୁଡ଼ିକୁ ସଙ୍ଗେସଙ୍ଗେ ଷ୍ଟାଣ୍ଡରୁ କଢ଼ାଯାଇଥିଲା । ତେବେ କେଉଁ କାରାଣରୁ ବସ୍‌ରେ ନିଆଁ ଲାଗିଳା ତାହା ଏଯାବତ୍ ସ୍ପଷ୍ଟ ହୋଇ ନଥିବାବେଳେ ସଟସର୍କିଟ ଯୋଗୁଁ ଏଭଳି ଘଟିଛି ବୋଲି ଅଗ୍ନିଶମ ବିଭାଗ ଅନୁମାନ କରୁଛି । ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ବସରେ କୌଣସି ଯାତ୍ରୀ ନଥିବା ଜଣାପଡ଼ିଛି ।

Comments are closed.