www.samajalive.in
Saturday, December 13, 2025
26.1 C
Bhubaneswar

ନାଲକୋ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ଆୟୋଜନ

ଭୁବନେଶ୍ୱର : ନାଲକୋ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗତ ୩ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ କମ୍ପାନୀର ନିଗମ କାର୍ଯ୍ୟାଳୟ ଠାରେ ବିଶ୍ୱ ହିନ୍ଦୀ ସପ୍ତାହର ଆୟୋଜନ କରାଯାଇଥିଲା।  ଆଜି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ନାଲକୋର ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ଶ୍ରୀଧର ପାତ୍ର କହିଥିଲେ ଯେ, ନାଲକୋ ରାଜଭାଷା ହିନ୍ଦୀର ପ୍ରଚଳନ ପାଇଁ ବଦ୍ଧପରିକର ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭାବେ ଅଂଶଗ୍ରହଣ କରିଥାଏ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ, ନାଲକୋର ଗୃହ ପତ୍ରିକା ‘ଅକ୍ଷର’ର ଜାନୁୟାରୀ ସଂସ୍କରଣର ଉନ୍ମୋଚନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ, ହିନ୍ଦୀ ନାଟିକା ‘କୌନ୍‍ କିତ୍‍ନେ ପାନୀ ମେଁ’ ପରିବେଷିତ ହୋଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ନାଲକୋର ନିର୍ଦ୍ଦେଶକ (ଉତ୍ପାଦନ) ଭି. ବାଲସୁବ୍ରମଣ୍ୟମ, ନିର୍ଦ୍ଦେଶକ (ପି ଆଣ୍ଡ୍‍ ଟି) ଏସ୍‍.କେ. ରାୟ, ନିର୍ଦ୍ଦେଶକ (ମାନବସମ୍ବଳ) ରାଧାଶ୍ୟାମ ମହାପାତ୍ର ଏବଂନାଲକୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories