www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସ ବାହିନୀକୁ ସହଯୋଗର ହାତ ବଢ଼ାଇଲା ଇ-୫ ବିଜିନେସ ସଲ୍ୟୁସନ୍ସ ଟ୍ରଷ୍ଟ

ଭୁବନେଶ୍ବର : କରୋନା ମହାମାରୀ ପରିପ୍ରେକ୍ଷୀରେ ଆଗ ଧାଡ଼ିର ଯୋଦ୍ଧା ଭାବେ ପୁଲିସ ବାହିନୀ ଲକ ଡାଉନ, ସଟ ଡାଉନ ସମୟରେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ କରି ସାଧାରଣ ଜନତାଙ୍କ ସୁରକ୍ଷା, ସଂକ୍ରମଣରୁ ରକ୍ଷା ଆଦି ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମାଜିକ ଦୂରତ୍ୱ ଆହ୍ୱାନକୁ ବଜାୟ ରଖିଛନ୍ତି ।  ଏହି କରୋନା ଯୋଦ୍ଧାଙ୍କୁ ଆଜି ସମଗ୍ର ମାନବ ସମାଜ ସମ୍ମାନ ଜଣାଉଛି ଏବଂ ବ୍ୟକ୍ତି ବିଶେଷରେ ତଥା ସାମାଜିକ ସ୍ତରରେ ବିଭିନ୍ନ ସାମାଜିକ ସଙ୍ଗଠନ ସହାୟତାର ହାତ ବଢ଼ାଇଛନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜନତାଙ୍କ ସୁରକ୍ଷା କରି ପୁଲିସ ବାହିନୀର ଭାଇ ଭଉଣୀମାନେ ମଧ୍ୟ ମହାମାରୀ କରୋନାର ଶିକାର ହେଉଛନ୍ତି । ସେମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କରିବା ଆମର ଧର୍ମ ଅଟେ । ଆଜି ଏହି ସଂକଳ୍ପରେ ବ୍ରତୀ ହୋଇ ଇ-୫ ବିଜିନେସ ସଲ୍ୟୁସନ୍ସ ଟ୍ରଷ୍ଟ ତରଫରୁ ନାନାଦି ଭିଟାମିନ ଟାବଲେଟ, ଓଆରଏସ ପ୍ୟାକେଟ ଏବଂ ସାନିଟାଇଜର ଭୁବନେଶ୍ୱର ସ୍ଥିତ କମିସନରେଟ ପୁଲିସ ମୁଖ୍ୟାଳୟ ଠାରେ ଡିସିପି ସାଗରିକ ନାଥଙ୍କ ଉପସ୍ଥିତିରେ ପୁଲିସ ଭାଇ ଭଉଣୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ନିମନ୍ତେ ପ୍ରଦାନ କରାଯାଇଛି ।  ଏହି ଅବସରରେ ଇ-୫ ବିଜିନେସ ସଲ୍ୟୁସନ୍ସ ଟ୍ରଷ୍ଟର ଟ୍ରଷ୍ଟି ପ୍ରବୀଣ କୁମାର ପାଢ଼ୀ , ସୁଜାତା ପାଢ଼ୀ, ଈପସିତା ରଥ ଓ ଡ଼. ହେମନ୍ତ ରଥ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories