www.samajalive.in
Saturday, December 13, 2025
26.1 C
Bhubaneswar

କାମ ନାହିଁ , ଶ୍ରମିକ ବସିଛି ବାଟ ଚାହିଁ

ଭୁବନେଶ୍ୱର : ଦୈନନ୍ଦିନ କାମ କରି ବଞ୍ଚୁଥିବା ଶ୍ରମିକଙ୍କ ଉପରେ କରୋନା ପ୍ରଭାବ ପଡ଼ିଛି। ରାଜଧାନୀର ବସ୍ତି ଅଞ୍ଚଳ ଓ ଆଖପାଖ ଗାଁର ବହୁ ଶ୍ରମିକ ପ୍ରତିଦିନ ରାଜଧାନୀକୁ କାମ କରିବାକୁ ଆସିଥାନ୍ତି। କଳ୍ପନା, ନୂଆପଲ୍ଲୀ ଓ ରସୁଲଗଡ଼ରେ ଶ୍ରମିକଙ୍କ ହାଟ ବସେ। ଏଠାରେ ପ୍ରତିଦିନ ୧୦ ହଜାରରୁ ଅଧିକ ଶ୍ରମିକ କାମ ପାଇଁ ଏକାଠି ହୋଇଥାନ୍ତି।

ରାଜଧାନୀର ଶ୍ରମିକ ଓ ସହର ଉପକଣ୍ଠରେ ରହୁଥିବା ଶ୍ରମିକମାନେ ରାସ୍ତା,କୋଠାବାଡ଼ି ଓ ଅନ୍ୟାନ୍ୟ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି।
ଛକରେ ମୋଟର ସାଇକଲଟିଏ ରହିଲେ ଶ୍ରମିକମାନେ ଦୌଡ଼ି ଆସି ‘ଆଜ୍ଞା କାମ ଅଛି’ ବୋଲି ପଚାରୁଛନ୍ତି। ଗତ କିଛି ଦିନଧରି ଛକରେ ଛିଡ଼ା ହୋଇ ବହୁ ଶ୍ରମିକ କାମ ନପାଇ ଘରକୁ ଫେରୁଛନ୍ତି। କରୋନା ପ୍ରଭାବରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଦିନ ମଜୁରିଆଙ୍କୁ କାମ ମିଳୁନାହିଁ। ଏଭଳି ଖରାରେ ଓ କମ୍‍ ପଇସାରେ ଖଟିବାକୁ ରାଜିଥିଲେ ମଧ୍ୟ ଘରକୁ ନିରାଶ ହୋଇ ଫେରୁଛନ୍ତି ବୋଲି ଶ୍ରମିକ କମଳ ଲୋଚନ ନାୟକ କହିଛନ୍ତି।

- Advertisement -

ଦୈନନ୍ଦିନ ମଜୁରି ଖଟୁଥିବା ଶ୍ରମିକମାନେ କାମ ପାଉନଥିବାରୁ ପରିବାର କିପରି ଚଳାଇବେ ସେମାନଙ୍କ ଚିନ୍ତା ବଢ଼ିଛି। ଗୋଟିଏ ସପ୍ତାହ ଧରି କରୋନା ଭୟଭ୍ରାନ୍ତି ଯୋଗୁଁ ସାଧାରଣ ଲୋକେ କାମ ବନ୍ଦ କରିଥିବାରୁ ଶ୍ରମିକମାନେ ପ୍ରତି ଛକରେ ଅପେକ୍ଷା କରି ଘରକୁ ଫେରୁଛନ୍ତି। ପଞ୍ଜିକୃତ ଶ୍ରମିକଙ୍କୁ ପରିବାର ଚଳାଇବାକୁ ଶ୍ରମିକ କଲ୍ୟାଣ ବୋର୍ଡ ସହାୟତାର ହାତ ବଢ଼ାଇବାକୁ କ୍ଷେତ ମଜଦୁର ସଂଘର ସଭାପତି ସୁର ଜେନା ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories