www.samajalive.in
Saturday, December 13, 2025
14.1 C
Bhubaneswar

ପରିବେଶ ସଚେତନତା ପାଇଁ ସବୁଜ ସଙ୍କେତର ନିଆରା ରକ୍ଷାବନ୍ଧନ ଅଭିଯାନ ‘ଗଛ ମୋ ଭାଇ’

ଭୁବନେଶ୍ୱର: ଶ୍ରଦ୍ଧା, ସମ୍ପର୍କ, ସୁରକ୍ଷାର ପର୍ବ ‘ରକ୍ଷା ବନ୍ଧନ’। ଭାଇ ଓ ଭଉଣୀ ମଧ୍ୟରେ ଥିବା ଶ୍ରଦ୍ଧାକୁ ଏହା ପରିପ୍ରକାଶ ସହିତ ସେମାନଙ୍କର ସମ୍ପର୍କକୁ ସୁଦୃଢ ପୂର୍ବକ ଭଉଣୀର ସୁରକ୍ଷା ପାଇଁ ଭାଇ ପ୍ରତିଶୃତି ଦେବା ଏହି ପର୍ବର ମୂଳ ଉଦ୍ଦେଶ୍ୟ। କେବଳ ଯେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବ ଏ କଥା ନୁହେଁ ବରଂ ସମାଜ, ରାଷ୍ଟ୍ର ସର୍ବୋପରି ସମଗ୍ର ପୃଥିବୀକୁ ବିଭିନ୍ନ ଦିଗକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରାଣୀଉଦ୍ଭିଦଙ୍କୁ ରାକ୍ଷୀ ବାନ୍ଧିବା ଆବଶ୍ୟକ। ବୃକ୍ଷ ସମଗ୍ର ସୃଷ୍ଟି ପାଇଁ ମଙ୍ଗଳକାରୀ, ରକ୍ଷାକବଚ। ତେଣୁ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘ସବୁଜ ସଙ୍କେତ’ର ଆହ୍ୱାନକ୍ରମେ ରାଜ୍ୟ ଓ ରାଜ୍ୟ ବାହାରେ ମହିଳାମାନେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ‘ଗଛ ମୋ ଭାଇ’ ଅଭିଯାନରେ ସାମିଲ୍ ହୋଇ ଗଛରେ ରାକ୍ଷୀ ବାନ୍ଧିଛନ୍ତି।
ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର ଶ୍ୟାମପୁରଠାରେ ଆଜି ରକ୍ଷାବନ୍ଧନ ଅଭିଯାନ ‘ଗଛ ମୋ ଭାଇ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସବୁଜ ସଙ୍କେତ’ର ଆବାହକ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ (ପପୁ ପମ୍ପମ୍), କଣ୍ଠଶିଳ୍ପୀ ବସନ୍ତ ପାତ୍ର ଓ ଜୟଶ୍ରୀ ଧଳ, ସମାଜସେବୀ ଶ୍ରୀମନ୍ତ ମହାନ୍ତି ଓ ଜଗଦିଶ ଶଙ୍କର ସାହୁ, ଭାଷ୍ୟକାର ବିନୋଦ ବିହାରୀ ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବୃକ୍ଷର ମହନୀୟତା ଓ ବୃକ୍ଷରେ ରାକ୍ଷୀ ବାନ୍ଧିବାର ଯଥାର୍ଥତା ପ୍ରତିପାଦନ କରିଥିଲେ। ବୃକ୍ଷ ସୃଷ୍ଟିର ଏକ ଅନବଦ୍ୟ ସୃଷ୍ଟି। ବୃକ୍ଷ ବିନା ସମଗ୍ର ପ୍ରାଣୀଜଗତ ଅସମ୍ଭବ। ବର୍ତ୍ତମାନର ବସ୍ତବାଦୀ ମଣିଷ ତତ୍କାଳ ସୁଖ ପାଇଁ ବୃକ୍ଷ କାଟୁଛି, ଜଙ୍ଗଲ ପଦା କରୁଛି। ଫଳତଃ ପରିବେଶ ବିଗିଡ଼ିବାରେ ଲାଗିଛି। ଯାହାର ବିଷମୟ ଫଳ ମଣିଷ ସମେତ ସମଗ୍ର ପ୍ରାଣୀଜଗତ ଭୋଗ କରୁଛି। ତେଣୁ ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ପ୍ରତି ଯତ୍ନବାନ ହେବା ଅପରିହାର୍ଯ୍ୟ। ବୃକ୍ଷ ମଣିଷ ତଥା ସମଗ୍ର ପୃଥିବୀକୁ ରକ୍ଷା କରୁଥିବାରୁ ଏହାର ଉପକାରକୁ ସ୍ୱୀକାର ପୂର୍ବକ ‘ଗଛ ମୋ ଭାଇ’ ଅଭିଯାନ ମାଧ୍ୟମରେ ଗଛରେ ରାକ୍ଷୀ ବାନ୍ଧିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ନେହାଁଲିସା ନାୟକ, ଆଇସା ମଲିକ, ରିଙ୍କି ନାୟକ, ମଧୁସ୍ମିତା ନାୟକ, ଡ଼ୋନା ନାୟକ, ଉର୍ମିଳା ନାୟକ, ଅନ୍ୱେଷା ପ୍ରିୟଦର୍ଶିନୀ ପ୍ରମୁଖ ଗଛକୁ ବନ୍ଦାପନା କରି ସେଥିରେ ରାକ୍ଷୀ ବାନ୍ଧିଥିଲେ। ବଂଶୀଧର ନାଥ, ସଚିନ ନାୟକ, ଅଶ୍ୱିନୀ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମୋନାଲିସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories