www.samajalive.in
Saturday, December 6, 2025
26.1 C
Bhubaneswar

ସ୍ନାନ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ସକାଳେ ସମସ୍ତେ ସ୍ନାନ କରି ଥାଆନ୍ତି। ସ୍ନାନ କରିବା ଦ୍ବାରା ଶରୀରକୁ ଶାରୀରିକ ଓ ମାନସିକ ଶକ୍ତି ପ୍ରାପ୍ତି ହୋଇଥାଏ। ଏହାସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାବ ପଡିଥାଏ। ଜ୍ୟୋତିଷଶାସ୍ତ୍ରରେ ସ୍ନାନ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଏହାକୁ ଧ୍ୟାନ ରଖିବା ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସ୍ନାନ ବେଳେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ..

୧. ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ସମୟରେ ପାଣିରେ ନାରଙ୍ଗୀ କିମ୍ବା ଲାଲ ରଙ୍ଗର ଫୁଲ ପକାଇ ସ୍ନାନ କରିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କୁ ନିଜ ପ୍ରଚେଷ୍ଟାରେ ସଠିକ ସଫଳତା ପ୍ରାପ୍ତି ହୋଇଥାଏ। ଏହାସହ ସମାଜରେ ମାନ-ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ।

- Advertisement -

୨. ଗାଧୋଇବା ପାଣିରେ ଅଳ୍ପ ଲାଲ ଚନ୍ଦନ ମିଶାଇ ସ୍ନାନ କରିବାକୁ କୁହାଯାଇଛି। ଏପରି କରିବା ଦ୍ବାରା ସମସ୍ତ ସରକାରୀ କାର୍ଯ୍ୟ ପୂରଣ ହୋଇଥାଏ। ବ୍ୟକ୍ତିଙ୍କ ସମସ୍ତ ମାନସିକ ଚିନ୍ତା ଦୂର ହୋଇଥାଏ।

୩. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗାଧୋଇବା ପାଣିରେ ଧଳା ଫୁଲ ପକାଇ ସ୍ନାନ କରିବା ଉଚିତ। ଏପରି କରିବା ଦ୍ବାର ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ ରହିଥାଏ। ବ୍ୟକ୍ତିଙ୍କର ସମସ୍ତ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ। ଏହାସହ ପାରିବାରିକ ସମ୍ପର୍କ ସୁଦୃଢ ହୋଇଥାଏ।

୪. ପାଣିରେ ଧଳା ଚନ୍ଦନ ମିଶାଇ ଗାଧୋଇବା ଉଚିତ। ଏହାସହ ଗାଧୋଇବା ବେଳେ ବ୍ୟକ୍ତିଙ୍କ ମୁହଁ ଉତ୍ତର ଦିଗକୁ ରହିବା ଉଚିତ। ଏହା କରିବା ଦ୍ବାରା ବ୍ୟକ୍ତିଙ୍କର ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆସିଥାଏ।

୫. ପାଣିରେ ବେଲର ଡାଳ, ଲାଲ ଚନ୍ଦନ କିମ୍ବା ଗୁଡ ପକାଇ ଗାଧୋଇବାକୁ କୁହାଯାଇଛି। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଆତ୍ମବିଶ୍ବାସ ମଜଭୂତ ରହିଥାଏ। ରାତିରେ ଉତ୍ତମ ନିଦ ହୋଇଥାଏ। ଆର୍ଥିକ ସ୍ଥିତି ମଧ୍ୟ ମଜଭୂତ ହୋଇଥାଏ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories