www.samajalive.in
Sunday, December 7, 2025
16.1 C
Bhubaneswar

ଥଣ୍ଡା ପାଣି​‌ରେ ଗାଧୋଇବା ଶରୀର ପାଇଁ ଲାଭଦାୟକ

ଶରୀର ସୁସ୍ଥ ରହିବା ପାଇଁ ଆପଣ ପ୍ରତିଦିନ ବ୍ରଶ କରନ୍ତି, ହାତ ଧୁଅନ୍ତି ଓ ଗାଧୋଇ ଥାଆନ୍ତି। ପ୍ରତିଦିନ ଗାଧୋଇବା ଶରୀର ପାଇଁ ଲାଭଦାୟକ ଅଟେ। ଏହାଦ୍ବାରା ଶରୀରରୁ ମୃତକୋଷିକା ଗୁଡିକ ବାହାରି ଯାଇଥାଏ। ଅନେକ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କଲା ବେଳେ ଅନେକ ଥଣ୍ଡା ପାଣିରେ ଗାଧୋଇ ଥାଆନ୍ତି। ଉଭୟ ପାଣିରେ ଗାଧୋଇବାର କିଛି ଲାଭ ଓ କ୍ଷତି ରହିଛି। ତେଣୁ ନିଜର ଶରୀର ଅନୁଯାୟୀ, ପାଣିରେ ଗାଧୋଇବା ଉଚିତ। ଆସନ୍ତୁ ଜାଣିବା ଥଣ୍ଡା ପାଣିରେ ଗାଧୋଇଲେ କ’ଣ ଲାଭ ହୋଇଥାଏ ..

ସତେଜ ଅନୁଭବ ହୋଇଥାଏ :

- Advertisement -

ଦିନର ଆରମ୍ଭ ଥଣ୍ଡା ପାଣିରେ ଗାଧୋଇ ଆରମ୍ଭ କରିବା ଦ୍ବାରା ଲାଭଦାୟକ ହୋଇଥାଏ। ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ। ଏବଂ ସତେଜ ଅନୁଭବ ହୋଇଥାଏ। ତେଣୁ ସର୍ବଦା ସତେଜ ରହିବା ପାଇଁ ଥଣ୍ଡା ପାଣିରେ ଗାଧାନ୍ତୁ।

ମୁହଁ ଓ କେଶ ପାଇଁ ଲାଭଦାୟକ :

ଗରମ ପାଣିରେ ଗାଧୋଇବା ଦ୍ବାରା କେଶ ଓ ମୁହଁର ସୌନ୍ଦର୍ଯ୍ୟ ଉପରେ କୁପ୍ରଭାବ ପଡିଥାଏ। କିନ୍ତୁ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ। ଏହାସହ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେଣୁ ମୁହଁ ଓ କେଶ ପାଇଁ ଥଣ୍ଡା ପାଣି ଉତ୍ତମ ଅଟେ।

ଚିନ୍ତା କମ ହୋଇଥାଏ :

ଥଣ୍ଡା ପାଣି​‌ରେ ଗାଧୋଇବା ଦ୍ବାରା ଚିନ୍ତା କମ ହୋଇଥାଏ। ଏହା ଗ୍ଲୁଟେଥିଓନକୁ ନିୟନ୍ତ୍ରଣ କରିଥାଏ। ତେଣୁ ଅଧିକ ଚିନ୍ତିତ ରହୁଥିବା ବ୍ୟକ୍ତି ଥଣ୍ଡା ପାଣିରେ ଗାଧୋଇବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories