www.samajalive.in
Monday, December 8, 2025
24.1 C
Bhubaneswar

ରାସ୍ତା ପାର୍ଶ୍ବରେ ବେଆଇନ ବାଲି ଷ୍ଟକ ୟାର୍ଡ

ବାସୁଦେବପୁର :  ବାସୁଦେବପୁରର ବ୍ରହ୍ମଣଗାଁ, ଆର୍ତ୍ତୁଂ, ଜଗନ୍ନାଥପ୍ରସାଦ, ବାଲିମେଦ, ଲକ୍ଷ୍ମୀଦାସପୁର, ପଦ୍ମପୁର, କିଆପଡା, ବିନାୟକପୁର, ବାଲିମୁଣ୍ଡା, ଗୋପବନ୍ଧୁନଗର, ବିନୋବାଭାବେ ନଗର, ବିରସ, ରାଜଘରପୋଖରୀ, ଆରୁହା, ଅରଣ୍ଡୁଆ,ଏଡତାଳପ୍ରଭୃତି ବିଭିନ୍ନ ଅଞ୍ଚଳରେ ବେଆଇନ ବାଲି ଷ୍ଟକ ପଏଣ୍ଟ ରଖିଛନ୍ତି ବାଲିମାଫିଆ। ରାସ୍ଥା ପାଶ୍ୱର୍ରେ ପାହାଡ ସଦୃଶ ଗଚ୍ଛିତ ରହୁଥିବା ବାଲି ଧରରେଧିରେ ରାସ୍ତା ମଝି ପର୍ଯ୍ୟନ୍ତ ମାଡି ଆସୁଛି। ସେହିରାସ୍ତା ଦେଇ ଯାଉଥିବା ପଥଚାରୀଙ୍କ ପାଇଁ ବିପଦ ଦେଖାଦେବା ସହିତ ଦୁର୍ଘଟଣା ବଢିବାରେ ଲାଗିଛି ।

ସରକାରୀ ଅଙ୍କୁଶ ନରହିବା କାରଣରୁ ବାଲିମାଫିଆମାନେ ନିଜର କାୟା ବିସ୍ତାର କରିବାରେ ଲାଗିପଡିଛନ୍ତି।  ଖଣି ବିଭାଗର  କୈାଣସି ଦପ୍ତର କିମ୍ବା ଅଧିକାରୀଙ୍କ ନଜର ନପଡିବା କାରଣରୁ ପ୍ରତିଦିନ ହଜାର ହଜାର ଟ୍ରକ ବାଲି ବାସୁଦେବପୁରର ବିଭିନ୍ନ ଅଞ୍ଚଳକୁ ଆସୁଛି । ଷ୍ଟକ ପଏଣ୍ଟରୁ ମିନିଟ୍ରକ, ଟ୍ରାକ୍ଟର, ଟ୍ରଲି ଯୋଗେ ଚଢା ଦରରେ ବିକ୍ରୀ କରି ମାଫିଆମାନେ ମାଲେମାଲ ହେଉଥିବା ବେଳେ ପଥଚାରୀମାନଙ୍କ ପାଇଁ ଆଣି ଦେଉଛି ଅଜଣା ବିପଦ।  ଏନେଇ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡା କହିଛନ୍ତି ଯେ ବାସୁଦେବପୁର ତହସିଲରେ କର୍ମଚାରୀଙ୍କ ଅଭାବ କାରଣରୁ ଆମେ ସମସ୍ତ ବାଲି ଟ୍ରକର କାଗଜପତ୍ର ଯାଞ୍ଚ କରିପାରୁନୁ। ଯେଉଁ ବାଲି ଟ୍ରକଗୁଡିକର କାଗଜପତ୍ର ଠିକ ରହୁନି ସେମାନଙ୍କ ଉପରେ ଜୋରିମାନା କଟାଯାଇ ପୋଲିସକୁ ହସ୍ତାନ୍ତର କରାଯାଉଛି।

- Advertisement -

ଏହାସହିତ ଏବେ ଏହା ଖଣିି ବିଭାଗ ଅଧିନରେ ଯାଉଥିବା କାରଣରୁ ଆମେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନୁ। ସରକାରୀ ଜାଗାରେ ରହିଥିବା ବାଲି ଷ୍ଟକ ପଏଣ୍ଟରମାଲିକଙ୍କ ଉପରେ ଜୋରିମାନା ଲଗାଯାଉଛି। ଭଦ୍ରକ ଖଣିବିଭାଗ ଅଧିକାରୀ ଅନିଲ ଦାସ  କୁହନ୍ତି, ଜିଲ୍ଲାରେ ଏବେ ଭଡାଘରେ କାର୍ଯ୍ୟାଳୟ ଖୋଲାଯାଇଛି। ମାତ୍ର ଦୁଇଜଣ କର୍ମ ଥିବା କାରଣରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନି,ତେବେ ଖୁବଶିଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories