www.samajalive.in
Friday, December 12, 2025
27.1 C
Bhubaneswar

ବରୁଣସିଂ ପଞ୍ଚାୟତରେ ପ୍ରଚାର ଜୋରଦାର, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ବୁଝାଉଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

ବାଲେଶ୍ୱର/ରେମୁଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ପରିଲକ୍ଷିତ ହେଉଛି। ଜିଲା ପରିଷଦ, ସମିତି ସଭ୍ୟ ଏବଂ ସରପଞ୍ଚ ଆଶାୟୀ ପ୍ରାର୍ଥୀମାନେ ପଞ୍ଚାୟତ ଅଧିନସ୍ଥ ସମସ୍ତ ୧୮ଟି ୱାର୍ଡର ଘରକୁ ଘର ବୁଲି ଭୋଟରଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି।  ରାଜ୍ୟ ବର୍ତ୍ତମାନ ପ୍ରଗତି ପଥରେ ଆଗକୁ ବଢୁଥିବା ବେଳେ ବରୁଣସିଂ ପଞ୍ଚାୟତ ଏହି ଧାରାରେ ସାମିଲ ହୋଇ ଏ ଅଞ୍ଚଳର ସବୁଠୁ ସୁନ୍ଦର ପଞ୍ଚାୟତ ଭାବେ ଗଢି ତୋଳିବାକୁ ସମସ୍ତ ପଞ୍ଚାୟତବାସୀ ଏକାଠି ହେବାକୁ ପ୍ରାର୍ଥୀମାନେ ଲୋକଙ୍କୁ ବାର୍ତ୍ତା ଦେଉଛନ୍ତି। ଅଞ୍ଚଳର ଶିକ୍ଷିତ ସମିତି ସଭ୍ୟ ପ୍ରାର୍ଥୀ ଶାନ୍ତା ଦାସଙ୍କ ମାର୍ଜିତ ବ୍ୟବହାର ଏବଂ ଏ ଅଞ୍ଚଳ ପାଇଁ କିଛି କରିବାର ଉତ୍କଣ୍ଠା ଅଞ୍ଚଳବାସୀଙ୍କୁ ବେଶ ପ୍ରଭାବିତ କରୁଥିବା ପରିଲକ୍ଷିତ ହେଉଛି।

 

- Advertisement -

ପୂର୍ବରୁ ଏ ଅଞ୍ଚଳର ନିର୍ବାଚିତ ପ୍ରତିନିଧି ମାନେ ଏଇ ଅଞ୍ଚଳବାସୀଙ୍କୁ ଯେଉଁଭଳି ଭାବେ ପ୍ରତାରିତ କରିଛନ୍ତି ତାହାକୁ ଉଚିତ ଜବାବ ଦେବାପାଇଁ ଏବଂ ଏ ଅଞ୍ଚଳର ଅଧୁରା କାମକୁ ପୂରା କରିବା ପାଇଁ ଶିକ୍ଷିତ, ଦାୟିତ୍ୱସମ୍ପର୍ଣ୍ଣ ଏବଂ ଲୋକଙ୍କ ସୁଖ ଦୁଃଖ ବୁଝୁଥିବା ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଶାନ୍ତା ଦାସ ଲୋକଙ୍କୁ ବୁଝାଉଛନ୍ତି। ପ୍ରଲୋଭିତ ନ ହୋଇ ନିଜ ମୂଲ୍ୟବାନ ଭୋଟକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବାପାଇଁ ସେ ଲୋକଙ୍କୁ ବୁଝାଉଥିବା ପରିଲକ୍ଷିତ ହେଉଛି। ଶିକ୍ଷିତ ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସାଙ୍ଗକୁ ଭୋଟ ସମ୍ପର୍କିତ ସଚେତନତା ବାର୍ତ୍ତାକୁ ଜନସାଧାରଣ ବେଶ ପସନ୍ଦ କରୁଛନ୍ତି।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories