www.samajalive.in
Sunday, December 14, 2025
26.1 C
Bhubaneswar

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ନତାଶା

ମୁମ୍ବଇ : ବଲିଉଡର ଅଭିନେତା ବରୁଣ ଧୱନ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନତାଶା ଦାଲାଲଙ୍କ ସହ ବିବାହ ବାନ୍ଧି ବନ୍ଧନରେ ହୋଇଛନ୍ତି। ଜାନୁଆରୀ ୨୪ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବରୁଣ ଏବଂ ନତାଶା ବିବାହ କରିଛନ୍ତି। ବିବାହ ସମୟର ଫଟୋକୁ ବରୁଣ ନିଜେ ଶେୟାର କରିଛନ୍ତି।
ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବରୁଣ ବିବାହର ଫଟୋ ଶେୟାର କରିଛନ୍ତି। ଉଭୟ ଫଟୋରେ ଖୁବ ସୁନ୍ଦର ଦେଖାଯାଉଛନ୍ତି।
ବରୁଣ ବିବାହର ୨ଟି ଫଟୋ ଶେୟାର କରିଛନ୍ତି। ପ୍ରଥମଟିରେ ବରୁଣ,ନତାଶା ବରଣମାଳ (ବର୍‍ ମାଲା) ପିନ୍ଧି ବସିଛନ୍ତି। ଏହି ଫଟୋର ନତାଶା, ବରୁଣକୁ ଖୁବ ଭଲପାଇବାର ସହ ଚାହିଁଛନ୍ତି। ଏହି ସମୟରେ ବରୁଣ ମଧ୍ୟ ଖୁବ ଖୁସି ଥିବା ଦେଖାଯାଉଛି। ୨ୟ ଫଟୋରେ ଉଭୟ ପରସ୍ପରର ହାତ ଧରିଥିବା ଦେଖାଯାଇଛି।
ବରୁଣ-ନତାଶା ଅଲିବାଗସ୍ଥିତ ମାନସନ ହାଉସରେ ବିବାହ କରିଛନ୍ତି। ଏହି ଅବସରରେ ଉଭୟ ପରିବାରର କିଛି ବିଶେଷ ବନ୍ଧୁମାନେ ହିଁ ଉପସ୍ଥିତ ରହିଥିଲେ। ଉଭୟଙ୍କ ବିବାହ ସମ୍ପୂର୍ଣ୍ଣ ରୀତିନୀତି ସହ ବ୍ୟକ୍ତିଗତ ସମାରୋହ ଭାବରେ ହୋଇଛି। ଉଭୟ ବିବାହ ସମୟରେ ଖୁବ ଖୁସି ଦେଖାଯାଉଥିଲେ।

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories