www.samajalive.in
Thursday, December 11, 2025
13.1 C
Bhubaneswar

ଓଭରବ୍ରିଜ ନିର୍ମାଣଶୈଳିକୁ ନେଇ ବିଜେପିର ରାସ୍ତାରୋକ

ବରପାଲି: ବରପାଲି ଜଗନ୍ନାଥନଗର ରେଲୱେ ଫାଟକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟରେ ଧିମା ଗତିରେ ଆଗୋଉଥିବା ଏବଂ ସଂଲଗ୍ନ ବାଏପାସ ରୋଡ଼ର ଦୁର୍ଦଶାକୁ ନେଇ ବିଜେପି ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ବାଟ ଆପାଣାଇଛି। ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ କୁମାର ଷଢ଼ଙ୍ଗୀଙ୍କ ନେତୃତ୍ୱରେ ସନତ ଗଡ଼ତିୟା ,ଧିରୋଜ କୁମାର ପଧାନ, ପଦ୍ମଲୋଚନ ସାହୁଙ୍କ ସମେତ ଯୁବକର୍ମି ମାନେ ସାମିଲ ହୋଇ ପୁରୀ ଜଗନ୍ନାଥ ଧାମ ରାସ୍ତା ଉପରେ ଧାରଣା ମାଧ୍ୟମରେ ପ୍ରତିବାଦ ଜଣାଇଥିଲେ। ରାସ୍ତା ଅବରୋଧ ଯୋଗୁ ଯାତ୍ରୀ ଓ ଆଖପାଖ ଅଚଂଳବାସୀ ଅନେକ ହଇରାଣର ସମ୍ମୁଖିନ ହୋଇଥିଲେ। ପରେ ସ୍ଥାନିୟ ତହସିଲଦାର ଅକ୍ଷୟ କୁମାର ବାଗ ଧାରଣାସ୍ଥଳରେ ପହଞ୍ଚିବା ସହିତ ଆନ୍ଦୋଳନକାରୀ ମାନଙ୍କ ସହ ଉପୁଜୁଥିବା ସମସ୍ୟା ତଥା ନିର୍ମାଣକାର୍ଯ୍ୟ ଉପରେ କଥାବାର୍ତ୍ତା ହୋଇଥିଲେ। ପରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବରରଗଡ଼ ଜିଲ୍ଲାପାଲଙ୍କ ଯରିଆରେ ତହସିଲଦାର ମହାଶୟଙ୍କୁ ପ୍ରଦାନ କରାଯାଇଥିଲା। ପରେ ତହସିଲଦାର ବାଗ ଆସନ୍ତା ଏକମାସ ମଧ୍ୟରେ ସମସ୍ୟାର ଉଚିତ ସମାଧାନର ବାଟ ଖୋଲାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ମିଳିଳା ପରେ ଆନ୍ଦୋଳନକାରୀ ମାନେ ଧାରଣାରୁ ଓହରି ରାସ୍ତା ଅବରୋଧକୁ ହଟାଇ ଦେଇଥିଲେ। ବର୍ତ୍ତମାନ ଯାତାୟତ ହେଉଥିବା ଅସ୍ଥାୟୀ ରାସ୍ତାରେ ଛୋଟଛୋଟ ଚାରିଚକିଆ ଯାନ ବାହାନ ଯାତାୟତ ହେଉଥିବା ବେଳେ ଦୃତଗାମି ଏକ୍ସପ୍ରେସ ଓ ଭାରିଯାନ ମାନ ନିତିଦିନ ଯାତାୟତ ହେଉଛି। ପୁର୍ବରୁ ନିର୍ମାଣଧିନ ପୋଲକୁ ଲାଗି ଛଡ଼ା ଯାଇଥିବା ବାଇପାସ ରୋଡ଼ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ହୋଇଥିବାରୁ ରାସ୍ତାରେ ବଡ଼ବଡ଼ ଖାଲ ଢ଼ିପ ହୋଇ ବର୍ଷା ପାଣି ଭର୍ତ୍ତି ହୋଇ କାଦୁଅ ସହ ସନ୍ତସନ୍ତିଆ ପରିବେଶ ମଧ୍ୟରେ ଯାତାୟତ ହେଉଥିବା ଲୋକଙ୍କୁ ଭ୍ରମରେ ପକାଇଥାଏ। ଅନେକ ସମୟରେ ବାଇକ ବାଇକ ସାଇକେଲ ଆରୋହିଙ୍କ ସହିତ ଛାତ୍ରଛାତ୍ରୀ ଓ ବୟଷ୍କ ମାନେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ନିତି ଦିନିଆ କଥା ସାଜିଛି। ଅଚଂଳବାସି ସମସ୍ୟାକୁ ନେଇ ପ୍ରସାସନର ବାରାମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଠିକ ସୁଧାର ହୋଇ ପାରିଲାନାହିଁ। ପ୍ରତିଦିନ ରାଜ୍ୟ ରାଜପଥ ଫାଟକବାଟ ଉପରେ ସୋହେଲାରୁ ବ୍ରହ୍ମପୁର,ଫୁଲବାଣି, ବୌଦ୍ଧ,ସୋନପୁର ପୂରୀ ଧାମକୁ ବିଭିନ୍ନ ଯାନବାହାନ ସହ ମାଲ ବୋଝେଇ ଭାରି ଯାନ ମାନ ଲଗାତାର ଯାତାୟାତ ହୋଇଥାଏ। ସେହିପରି ବହୁ ଦୁରଗାମି ବସ ମାନଙ୍କ ସହ ଟ୍ରକ ଓ ସାଇକେଲ ଟେମ୍ପୋ ମାନ ସଦାବେଳେ ଯିବାଆସିବା ହୋଇଥାଏ। ଅନେକ ସମୟରେ ରେଲଯାତ୍ରୀ ରେଲୱେ ଷ୍ଟେସନକୁ ଯିବା ଆସିବା କରୁଥିବା ସମୟରେ ଦହଗଞ୍ଜର ସମ୍ମୁଖିନ ହୋଇଥାନ୍ତି। ପ୍ରତିଦିନ ରାସ୍ତା ଉପରେ ବରପାଲି ସହରବାସିଙ୍କ ସହ ଅଞ୍ଚଳର ସତଲମା, ପାଟକୁଲୁଣ୍ଡା, ବୁରୋମୁଣ୍ଡା, ସିକିର୍ଡ଼ି, କାଇଁଶିର, ବାରଙ୍ଗପାଲି, ତୁଲଣ୍ଡି, ବରମକେଲା, ଗ୍ରିଣ୍ଡୋଲା, ଧିରପୁର, କୁମ୍ଭାରୀ, ରେମତା, କନବାର ବାଗବାଡ଼ୀ, ବିଶିପାଲି ସହ ପଡ଼ୋଶି ଜିଲ୍ଲାର ସୋନପୁର, ରାମପୁର,ବିନକା, ବ୍ରହ୍ମପୁର,ସାହାଜବାହାଲ, ବଡ଼କର୍ଲ୍ଲେ , ବୌଦ୍ଧ, ଫୁଲବାଣୀ ପ୍ରଭୁତି ଅଞ୍ଚଳର ବାସିନ୍ଦା ମାନେ ପ୍ରତିଦିନ ଯାତାୟାତ ହୋଇଥାନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories