www.samajalive.in
Thursday, December 11, 2025
13.1 C
Bhubaneswar

ଦାଦନ ଶ୍ରମିକଙ୍କ ମଜୁରୀ ଦାବିରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ବାଙ୍କୀ : ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋପାଳପୁର ଅଞ୍ଚଳର ଯୁବ ଦାଦନ ଶ୍ରମିକ ନିଜର ପ୍ରାପ୍ୟ ପାଇନଥିବାରୁ ଠିକାଦାରଙ୍କ ମନମାନି ଓ ଅର୍ଥ ହଡପ ଅଭିଯୋଗରେ ସୋମବାର ଏକ ସ୍ମାରକପତ୍ର ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ପ୍ରଦାନ କରି ବିହିତ ପଦକ୍ଷେପ ପାଇଁ ଅନୁରୋଧ ଜଣାଇଛଁନ୍ତି।

ମାର୍ଚ୍ଚ ଶେଷ ସପ୍ତାହରୁ କୋଭିଡ୍‍ କଟକଣା ଲାଗୁହେଲାପରେ ବାହାରେ ରାଜ୍ୟରେ ଦାଦନ ଭାବରେ ଖଟୁଥିବା ହଜାର ହଜାର ଶ୍ରମିକ ଗାଁକୁ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଉପଖଣ୍ଡ ଅଧିନସ୍ଥ ଗୋପାଳପୁର ଗ୍ରାମପଞ୍ଚାୟତର ପ୍ରାୟ ୨୦ଜଣରୁ ଅଧିକ ଯୁବକ ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। ସ୍ଥାନୀୟ ଡାଙ୍ଗିପିଟା ଗ୍ରାମର ଜନୈକ ଯୁବକ ସେମାନଙ୍କୁ ସେହି କମ୍ପାନୀରେ କାମ କରିବା ପାଇଁ କଣ୍ଟ୍ରାକ୍ଟର ଭାବରେ ନେଇ ମାସିକ ୧୨ହଜାର ଟଙ୍କା ଦରମାରେ କାମ କରାଉଥିଲେ। ଗତ ୨୦୧୯ମସିହା ମେଁ ୨ତାରିଖ ଦିନ ସମ୍ପୃକ୍ତ କଣ୍ଟ୍ରାକ୍ଟର ଯୁବକ ମାନଙ୍କୁ ନେଇ ମହାରାଷ୍ଟ୍ର ଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ସେମାନଙ୍କୁ ୨୦୨୦ଜାନୁୟାରୀ ୩୧ପର୍ଯ୍ୟନ୍ତ ନିୟମିତ ଦରମା କଣ୍ଟ୍ରାକ୍ଟର ଦେଇଥିଲା ବେଳେ ଅବଶିଷ୍ଟ ଫେବୃୟାରୀ ୧ତାରିଖ ଠାରୁ ମାର୍ଚ୍ଚ ୧୯ତାରିଖ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ଦରମା ଦିଆଯାଇନଥିଲା। କୋଭିଡ୍‍-୧୯ କଟକଣାରେ ମାର୍ଚ୍ଚ ୨୦ତାରିଖ ଠାରୁ ଦାଦନ ଶ୍ରମିକ ମାନେ ମହାରାଷ୍ଟ୍ର ଛାଡି ଗାଁକୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅବଶିଷ୍ଟ ବକେୟା ଦରମା ଠିକାଦାର ଯୁବକ ପ୍ରଦାନ ନକରି ନିଜେ ହଡପ କରିଥିବା ସମ୍ପର୍କରେ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଦାଦନ ଶ୍ରମିକ ସିପୁନ ସାହୁ,ଅଟଳ ବିହାରୀ ସାହୁ,ବ୍ରହ୍ମା ସାହୁ,ଆଶୁତୋଷ ବେହେରା,ସଞ୍ଜୟ ସ୍ୱାଇଁ,ତ୍ରିନାଥ ବେହେରା,ମନୋରଞ୍ଜନ ରାଉତ,ସୋମନାଥ ସ୍ୱାଇଁ,ସିପୁନ ସାମନ୍ତରାୟ,ସାଗର ବେହେରା ପ୍ରମୁଖଙ୍କ ସ୍ୱାକ୍ଷର ଥାଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇ ଲେବର କଣ୍ଟ୍ରାକ୍ଟରଙ୍କୁ ସ୍ୱତନ୍ତ୍ର ନୋଟିସ କରାଯାଇ ବକୟା ପ୍ରାପ୍ୟ ପ୍ରଦାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ସହ ଯୋଗା ଯୋଗ କରିବାରୁ ଅଭିଯୋଗ ପତ୍ରଟି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟକୁ ପଠାଇବାର ବ୍ୟବସ୍ଥା କରିବା କଥା କହିଛନ୍ତି। ସେପଟେ ଉପସ୍ଥିତ ଶ୍ରମିକଙ୍କ ପ୍ରତିନିଧି ମାନେ ସଂକ୍ଷିପ୍ତ ଭାବରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ କରାମର୍ଶ ଦେଇଛନ୍ତି। ମଙ୍ଗଳବାର ଦିନ ପ୍ରତିନିଧି ମାନେ ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories