www.samajalive.in
Saturday, December 6, 2025
26.1 C
Bhubaneswar

ସିଟି ହସ୍ପିଟାଲ ଦାବି ନେଇ ଆଜି ପୁଣି ବରଗଡ଼ରେ ବନ୍ଦ ପାଳନ

ବରଗଡ଼ : ବରଗଡ଼ରେ ସିଟି ହସ୍ପିଟାଲ ଦାବି ନେଇ ସହରବାସୀ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବେଳେ ବନ୍ଦ ପ୍ରଭାବରେ ଆଜି ମଧ୍ୟ ସହରର ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଯୋଗ୍ୟ, ସହରରେ ଥିବା ଜିଲା ମୁଖ୍ୟ ଡ଼ାକ୍ତରଖାନା ୮ କିଲୋମିଟର ଦୂର ତୁକୁର୍ଲ୍ଲା ସ୍ଥାନାନ୍ତର ହେବା ପରେ ସମଗ୍ର ସହରରେ ଏହାକୁ ନେଇ ଗତକାଲି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନ କାରଣରୁ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିଲା।
ହଜାର ହଜାର ମହିଳା ଓ ପୁରୁଷ ପୁରୁଣା ଡ଼ାକ୍ତରଖାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଥିଲେ। ଗତ କାଲି ଆନ୍ଦୋଳନ ସମୟରେ ପୁଲିସ ଓ ସହରବାସୀ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତଜନା ଲାଗି ରହିଥିଲା। ମାତ୍ର ବରଗଡ଼ ସହରରେ ସିଟି ହସ୍ପିଟାଲ ନ ହେବା ଯାଏଁ ଲୋକେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଜିଦ୍‍ ରେ ଅଟଳ ରହିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories