www.samajalive.in
Monday, December 8, 2025
16.1 C
Bhubaneswar

ବ୍ରହ୍ମଚାରିଣୀ ରୂପରେ ମା’ ବରଦାଙ୍କ ପୂଜାର୍ଚ୍ଚନା

ବରପାଲି: ବରପାଲି ବରଦା ମାଁଦୁର୍ଗାଙ୍କ ନବଦିନାତ୍ମକ ୮୧ତମ ଶାରଦିୟ ଦୁର୍ଗାପୁଜା ଅବସରରେ ଦ୍ୱିତିୟ ଦିବସରେ ମାଁ ବ୍ରହ୍ମଚାରିଣୀ ରୂପରେ ବିଧି ବିଧାନ ମଧ୍ୟରେ ପୂଜାର୍ଚ୍ଚନା ସମାପନ ହୋଇଯାଇଛି। ରବିବାର ପ୍ରତ୍ୟୁଷରେ ମା’ଙ୍କ ଦୁଲ୍ଲଭରୂପ ବ୍ରହ୍ମଚାରିଣୀ ବେଶ ଭକ୍ତ ମାନଙ୍କ ଦର୍ଶନାର୍ଥେ ମୁଖ୍ୟପୂଜକ ସୁବଳ ମିଶ୍ରଙ୍କ ଦ୍ୱାରା ମୂଖ୍ୟଦ୍ୱାର ଖୋଲା ଯାଇଥିଲା। ପଣ୍ଡିତ ସଦାନନ୍ଦ ଦାଶ ଓ ପୂଜକ ସୁବଳ ମିଶ୍ର, ଯୋଗେଶ ଦାଶ ପ୍ରମୁଖ ଭକ୍ତମାନଙ୍କ ମନୋଷ୍କାମନା ପୁରଣ ପାଇଁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।
ମା’ ଦୁର୍ଗା ବ୍ରହ୍ମଚାରିଣୀ ରୂପରେ ଦେବାଧିଦେବ ମହାଦେବଙ୍କୁ ସ୍ୱାମୀ ରୂପରେ ପ୍ରାପ୍ତି ପାଇଁ ଏହି ରୂପ ଧାରଣ ସହ ଶତାଧିକ ବର୍ଷ ହିମାଳୟ ଶିଖରରେ ବ୍ରତଧାରଣ ମାଧ୍ୟମରେ ଘୋର ତପସ୍ୟା କରି ଫଳପ୍ରଦ ହୋଇଥିଲେ। ବ୍ରହ୍ମଚାରିଣୀ ରୂପ କାମାନା ଦାୟିନୀ ହୋଇଥିବାରୁ ଭକ୍ତମାନେ ନିଜ ବିଭିନ୍ନ ସମସ୍ୟାର ସମାଦାନ ଓ ଦୂରିକରଣ ପାଇଁ ମା’ଙ୍କ ଆଶୀର୍ବାଦ ଆଶାରେ ପୂଜାର୍ଚ୍ଚନା କରିଥାନ୍ତି। ସେହିପରି ଆସନ୍ତା କାଲି ମା’ ଚନ୍ଦ୍ରଘଣ୍ଟା ବେଶରେ ଓ ମଙ୍ଗଳବାର କୁଷ୍ମାଣ୍ଡା ବେଶରେ ମା’ଙ୍କ ପୂଜାର୍ଚ୍ଚନା କରାଯିବ। ୨୦ତାରିଖ ମା’ଙ୍କୁ ସ୍କନ୍ଦମାତା ରୂପକାନ୍ତିରେ ସଜ୍ଜିତ କରାଯିବା ସହିତ ୨୧ତାରିଖ କାତ୍ୟାୟନୀ ରୂପରେ ମା’ ପୂଜା ପାଇବେ। ୨୨ତାରିଖ କାଳରାତ୍ରୀ ବେଶରେ ମା’ ଶୋଭାବର୍ଦ୍ଧନ କରୁଥିବା ବେଳେ ଅକ୍ଟୋବର ୨୩ତାରିଖ ମହାଗୌରୀ ରୂପ ସହ ମହାଷ୍ଟମୀ ପୂଜା ଚଣ୍ଡିପାଠ ହୋମଯଜ୍ଞ କାର୍ଯ୍ୟକ୍ରମର ସୂଭାରମ୍ଭ ହୋଇ ଭାଇ ଯୁଇନ୍ତିଆ ପର୍ବ ମା’ ଓ ଭଉଣିମାନଙ୍କ ଦ୍ୱାରା ପାଳିତ ହେବ। ସେହିପରି ୨୪ତାରିଖ ସିଦ୍ଧିଦାତ୍ରୀ ରୂପ ସହ ମହାନବମୀ ସନ୍ଧିପୂଜା କାର୍ଯ୍ୟକ୍ରମ ସହ ନବମି ପୂଜା ପାଳନ କରାଯିବ। ଆସନ୍ତା ୨୫ତାରିଖ ପୀଠେ ଦଶମୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଥିବା ବେଳେ ମା’ ବରଦାଙ୍କ ବିଜୟାଦଶମୀ ଦଶହରା ଉତ୍ସବ ପାଳିତ ହେବ। ଆସନ୍ତା ୩୧ତାରିଖ କୁମାର ପୁର୍ଣ୍ଣମୀ ତିଥିରେ ମାଁଙ୍କର ସୂନାବେଶ ଏବଂ ମା’ ରାଜ ରାଜେଶ୍ୱରୀ ରୂପରେ ଶୋଭାବର୍ଦ୍ଦନ କରି ଜଗତର କଲ୍ୟାଣଦାୟିନୀ ରୂପେ ନିଜର ଆଶିର୍ବାଦ ପ୍ରଦାନ କରିବେ ବୋଲି ଭକ୍ତ ଆଶା ଭରସା ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories