www.samajalive.in
Sunday, December 7, 2025
13.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀକୁ ଗଣ ଦୁଷ୍କର୍ମ, ୩ ଗିରଫ

ବରପାଲି: ବରପାଲି ବ୍ଲକ ବାନ୍ଦୁମୁଣ୍ଡା ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ଦୁଷ୍କର୍ମର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ତିନ ଯୁବକଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରିଛି ଓ ଗଣଦୁଷ୍କର୍ମ ହୋଇଥିବା ଯୁବତୀକୁ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି।
ବୁଧବାର ସଂଧ୍ୟାରେ ଯୁବତୀ ଜଣକ ଘରେ ଏକାକି ରହିଥିଲେ। ଏହାର ସୁଯୋଗ ନେଇ ୩ଜଣ ଯୁବକ ଘରର ବିଦ୍ୟୁତ ଆଲୁଅ ବନ୍ଦ କରିଦେବା ସହ ଯୁବତୀଙ୍କୁ ଗାଁଠାରୁ ୨୦୦ ମିଟର ଦୁର ଏକ ନିଚ୍ଛାଟିଆ ସ୍ଥାନକୁ ନେଇଯାଇଥିଲେ ଏବଂ ସେଠାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କ ବାପା ଘରୋଇ ସାମଗ୍ରୀ କିଣିବାକୁ ନିକଟସ୍ଥ ତେଜରାତି ଦୋକାନକୁ ଯାଇଥିଲେ। ସଉଦା କିଣି ଘରକୁ ଫେରି ଘର ଅନ୍ଧାର ରହିଥିôବା ଦେଖି ଝିଅକୁ ଡ଼ାକ ପକାଇବା ସହିତ ଟର୍ଚ୍ଚ ଲାଇଟରେ ଖୋଜାଖୋଜି କରିଥିଲେ। ପାଖପଡ଼ୋଶିଙ୍କୁ ଝିଅ ନିଖୋଜ ଓ ସବୁଆଡ଼େ ଆଲୁଅ ଜଳୁଥିବା ବେଳେ ତାଙ୍କ ବିଦ୍ୟୁତ କଟି ଯାଇଥିବା ଜଣାଇଥିଲେ।
ଏହାପରେ ମିଳିତ ଭାବେ ସମ୍ପର୍କୀୟ ମାନେ ଝିଅକୁ ଗାଁ ସାରା ଖୋଜାଖୋଜି କରି ସୁଦ୍ଧା ସମସ୍ତଙ୍କୁ ନିରାଶ ହୋଇ ଘରକୁ ଫେରି ଫେରିବାକୁ ପଡ଼ିଥିଲା। ସକାଳୁ ପୁନଃ ସମ୍ପର୍କୀୟମାନଙ୍କ ସହ ଖୋଜିବାକୁ ଯାଇଥିବା ବେଳେ ଝିଅଟି ଉଲଗ୍ନ ଅବସ୍ଥାରେ ଥରୁଥିବା ଦେଖିବାକୁ ପାଇଥିଲେ। ପରେ ଝିଅକୁ ଘରକୁ ଆଣ ପଚରାଉଚୁରା କରିଥିଲେ ଏବଂ ହାତ ହଲାଇ ଇସାରା ମାଧ୍ୟମରେ ଅଭିଯୁକ୍ତ ମାନଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ସବୁକଥା ଜଣାଇଥିଲା।
ଏହାପରେ ବାପା ଓ ଝିଅ ପୁଲିସ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ଖବରପାଇ ଜିଲ୍ଲା ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ବରପାଲିରେ ପହଞ୍ଚିବା ସହିତ ମାମଲା ସମ୍ପର୍କରେ ପଚରାଉଚୁରା କରିଥିଲେ। ଯୁବତୀ ଜଣକ ରୋଗିଣା ହୋଇଥିବା ବେଳେ ଦିବ୍ୟାଙ୍ଗ(ବାକଶକ୍ତି ବିହିନ ଓ ଶାରିରିକ ଅକ୍ଷମତା) ଭାବରେ ଗତ ପାଞ୍ଚ ବର୍ଷ ହେଲା ଚିକିତ୍ସିତ ହେଉଛି। ଘଟଣାସ୍ଥଳରୁ ମିଳିଥିବା ବିଭିନ୍ନ ଦ୍ରବ୍ୟ ପୋଷାକ ଜବତ କରିବା ସହିତ ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories