www.samajalive.in
Sunday, December 7, 2025
16.1 C
Bhubaneswar

ଲକଡ଼ାଉନ ଅବଧିବୃଦ୍ଧି ପ୍ରଶାସନିକ ବୈଠକ

ବରପାଲି: ବରପାଲି ଏନଏସି ସଭାଗୃହ ମଧ୍ୟରେ ଲକଡ଼ାଉନ ସମୟ ଅବଧି ବୃଦ୍ଧିରେ ସରକାରଙ୍କ ଦ୍ୱାରା ଜାରି ଗାଇଡ଼ଲାଇନ ଓ କାର୍ଯ୍ୟକାରୀତା ସମ୍ପର୍କିତ ଏକ ପ୍ରସାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ତହସିଲଦାର ଅକ୍ଷୟ କୁମାର ବାଗଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁଡ଼ା,ଥାନାଧିକାରୀ ରୋଜାଲିନ ପଟେଲ,ସିଏଚସି ମୂଖ୍ୟ ଡ଼ା.ରାଜେଶ କୁମାର ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେରଙ୍କ ସମେତ ସିଡ଼ିପିଓ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମାନେ ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିବା ସହ ପ୍ରବାସି ଫେରନ୍ତା, ସ୍ଥାନିୟ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସାମାଜିକ ଅନୁଷ୍ଟାନ କାର୍ଯ୍ୟକାରୀ, ଅମାନିଆଙ୍କ କାର୍ଯ୍ୟକଳାପ, ସ୍ଥିତିର ପ୍ରତିକ୍ରିୟା, ସ୍ୱାସ୍ଥ୍ୟ ସୁରକ୍ଷା, ଆଇନ ଅମାନ୍ୟ, ସରକାରୀ ଗାଇଡ଼ଲାଇନର ବ୍ୟବହାର, ସଂକ୍ରମଣ ମୂଳକ ପଦକ୍ଷେପ ଓ ସାଧାରନଙ୍କ ପ୍ରତିକ୍ରିୟାକୁ ନେଇ ଆଲୋଚନା କରାଯାଇଥିଲା। ପରେ ରାଜ୍ୟ ସରକାରଙ୍କ ନୁତନ ଗାଇଡ଼ ଲାଇନ ପରିଚାଳନା ଉପରେ ବିଚାର ବିମର୍ଷ ହୋଇଥିଲା। ନୁତନ ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଚାରିଘଣ୍ଟା ଖୋଲୁଥିବା ବ୍ୟବସାୟିକ ପ୍ରତିଷ୍ଠାନ, ବେସରକାରୀ ପ୍ରତିଷ୍ଠାନ କୃଷି ଭିତ୍ତିକ ସଂସ୍ଥାମାନଙ୍କର କାର୍ଯ୍ୟକଳାପକୁ ତିକ୍ଷ୍ଣ ଦୃଷ୍ଟି ଦେବା ସହ ବାଇକ ଯାନବାହାନ ଚାଳନା ଉପରେ ଯାଞ୍ଚ ମାଧ୍ୟମରେ ଗାଇଡ଼ଲାଇନ ଅନୁଯାୟୀ ମାକ୍ସ ଓ ସାମାଜିକ ଦୁରତ୍ୱ ପ୍ରତି ବିଶେଷ ଧ୍ୟାନ ଦେବାକୁ ସିଦ୍ଧାନ୍ତ ନିଆଯାଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories