www.samajalive.in
Sunday, December 7, 2025
14.1 C
Bhubaneswar

ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ମୋ ବିଦ୍ୟାଳୟ ତଦାରଖ

ବରପାଲି: ବରପାଲି ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଦ୍ୱାରା ମୋ ହାଇସ୍କୁଲ ଅଭିିଯାନ କାର୍ଯ୍ୟକ୍ରମ ସଂଚାଳନ ଉପରେ ତଦାରଖ ହୋଇଯାଇଛି। ଗୁରୁବାର ବରଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କୃର୍ତ୍ତିବାସ ରାଉତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ସହ ବିଡ଼ିଓ ତିବିକ୍ରମ କୁମୁରା,ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ସମେତ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରି ମାନଙ୍କ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ପରିଚରଳନା ଉପରେ ପଚାରି ବୁଝିଥିଲେ।

ଶିକ୍ଷା ବିଭାଗ ଗାଇଡ଼ଲାଇନ ଅନୁସାରେ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଉନ୍ନିକରଣ ବିଭାଗ ପକ୍ଷରୁ ମିଳୁଥିବା ୬୦ଲକ୍ଷ ଟଙ୍କାର ଉଚିତ ବିନିଯୋଗ ସମ୍ପର୍କରେ ବୁଝିଥିଲେ। ପରେ ବ୍ଲକର ବନ୍ଦପାଲି, ଗୋପେଇପାଲି ସହ ବରପାଲି ସରକାରୀ ହାଇସ୍କୁଲ ଓ ଏନଏସି ହାଇସ୍କୁଲ ବାଳିକା ହାଇସ୍କୁଲ ପରିଭ୍ରମଣରେ ବାହାରି କାର୍ଯ୍ୟକ୍ରମ ପରିଚାଳନା ଉପରେ ତଦାରଖ କରିଥିଲେ। ମୂଖ୍ୟତଃ ଶିକ୍ଷାନୁଷ୍ଠାନମାନଙ୍କର ବିକାଶ, ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ଓ ମାନଶିକ ବିକାଶ ସହିତ ବିଜ୍ଞାନଗାର, ସ୍ମାର୍ଟ କ୍ଲାସ କୋଠରୀ, ଇ.ଲେବରୋଟୋରି, ସୌନ୍ଦର୍ଯ୍ୟକରଣ ପରିବେଶ ଏବଂ ଆନୁସଙ୍ଗିକ ବାତାବରଣ ଉପରେ ଜୋର ଦେଇ କର୍ମକର୍ତ୍ତାମାନଙ୍କୁ ବୁଝାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories