www.samajalive.in
Thursday, December 11, 2025
14.1 C
Bhubaneswar

ବରଦା ଦୁର୍ଗା ଓ ସମଲେଶ୍ୱରୀ ମା’ଙ୍କ ମହାଗୌରୀ ରୂପ          

ବରପାଲି : ବରପାଲି ମାତା ବରଦା ଦୁର୍ଗା ଓ ମା’ ସମଲେଶ୍ୱରୀଙ୍କ ନବଦିନାତ୍ମକ ଶାରଦୀୟ ପୂଜାର୍ଚ୍ଚନା ଅବସରରେ ଅଷ୍ଟମ ଶକ୍ତି ସ୍ୱରୂପା ମା’ ମହାଗୌରୀ ରୂପରେ ପୁର୍ବ ପରମ୍ପରା ଅନୁସାରେ ନିତି କାନ୍ତି ସହ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଯାଇଛି। ଶୁକ୍ରବାର ପ୍ରତ୍ୟୁଷରୁ ମନ୍ଦିର ଦ୍ୱୟର ପୂଜକ ଓ ପଣ୍ଡିତ ମାନେ ମାଁଙ୍କ ଶାନ୍ତିମୟୀ ଦିପ୍ତିମୟ ରୂପକାନ୍ତି ସଜ୍ଜିତ ବେଶରେ ମା’ ଶୋଭାବର୍ଦ୍ଧନ କରିଥିଲେ। ମା’ ଦୁର୍ଗାଙ୍କ ସ୍ୱରୂପ ଅଷ୍ଟମ ଦିବସିୟ ପୂଜାର୍ଚ୍ଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବା ସହିତ ମା’ ଚାରି ଭୁଜା ରୂପରେ ପୂଜା ପାଉଥିବା ବେଳେ ବୃଷ ବାହାନରେ ସବାର ହୋଇଥାନ୍ତି। ମାତା ପାର୍ବତୀ ଦେବାଧିଦେବ ମହାଦେବଙ୍କ ପ୍ରାପ୍ତି ନିମନ୍ତେ କଠୋର ତପସ୍ୟାରେ ବସିଥିବା ବେଳେ ତାଙ୍କର ଶରିର କଳାବର୍ଣ୍ଣରେ ପରିଣତ ହୋଇଥିଲା। ତପସ୍ୟାରେ ସଦାଶିବ ପ୍ରସନ୍ନ ହେଲାପରେ ମାତା ପାର୍ବତୀଙ୍କୁ ପ୍ରଥମେ ଗଙ୍ଗାଜଳ ଛିଞ୍ଚନ କରି ମହାଗୌରୀ ରୂପରେ ବିଦ୍ୟୁତ ପ୍ରଭାପରି ଅତ୍ୟନ୍ତ କାନ୍ତିମୟୀ ରୂପରେ ଶୋଭିତ କରିଥିଲେ। ଦୁର୍ଗାପୂଜାର ଅଷ୍ଟମ ଦିବସରେ ମା’ଙ୍କୁ ମହାଗୌରୀ ବେଶରେ ସାଧକ ପୂଜାର୍ଚ୍ଚନା କରିଥାଏ। ମା’ଙ୍କ ଉପାସନାରେ ସାଧକର ପୁର୍ବ ସଞ୍ଚିତ ପାପ ଖଣ୍ଡିତ ହେବା ସହିତ ଭବିଷ୍ୟତରେ କୌଣଷି ଦୁଖଃଦୈନ୍ୟତା ଛୁଇଁ ପାରେନାହିଁ ଏବଂ ସର୍ବତଃ ଭାବରେ ପବିତ୍ର ଅକ୍ଷୟ ପୂଣ୍ୟର ଆଧିକାରୀ ହୋଇଥାଏ ବୋଲି ପଣ୍ଡିତମାନଙ୍କ ଦ୍ୱାରା ଜଣାପଡ଼ିଥିଲା।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories