www.samajalive.in
Wednesday, December 10, 2025
26.1 C
Bhubaneswar

ବିଦେଶରେ ବାସିଲା କନ୍ଧମାଳର ମଲ୍ଲୀ; ସୁନ୍ଦର କଳାକୃତି ପାଇଁ ଗିନିଜ ବୁକ୍‌ ଅଫ ରେକର୍ଡରେ ମହିଳା ପୁଲିସ

ଫୁଲବାଣୀ: ପେଶାରେ ପୁଲିସ୍‍ । କିନ୍ତୁ ନିଶା କେବଳ ପଶମ ସୂତାରେ ବିଭିନ୍ନ ସାଜସଜା ସାମଗ୍ରୀ ପ୍ରସ୍ତୁତି। ପିଲାଟି ବେଳୁ ଏଭଳି କଳାକୃତିକୁ ଆପଣାଇ ଆଜି ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଚକାପାଦ ଓଡ଼ିଆ ସାହିର ସନ୍ଧ୍ୟାରାଣୀ ବେହେରା। ସନ୍ଧ୍ୟାରାଣୀଙ୍କ ସମେତ ରାଜ୍ୟର ଆଉ ୫ଜଣ ମହିଳା ମିିଳିତ ଭାବେ ଏଭଳି ସମ୍ମାନର ଅଧିକାରିଣୀ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ବରର ବିନିତା ଜେନା, ଆଶୁ ମଲାନି, ଝୁଲତା ସରାଫ, ମନାଲି ମହାପାତ୍ର ଓ ନିଧି ସୋରେନ।


ବଣମଲ୍ଲୀ ବଣରେ ଫୁଟି ଝଡ଼ି ଯାଉଥିବା ପ୍ରବାଦକୁ ଭୁଲ ପ୍ରମାଣିତ କରି ନିଜର ପ୍ରତିଭାକୁ ବିଶ୍ୱ ଦରବାରାରେ ପହଞ୍ଚାଇବା ସହିତ ରାଜ୍ୟ ତଥା ନିଜ ଜନ୍ମମାଟି କନ୍ଧମାଳକୁ ଗୌରବାନ୍ବିତ କରିଛନ୍ତି ପୁଲିସ କନଷ୍ଟେବଳ ସନ୍ଧ୍ୟାରାଣୀ। ପିଲାଟି ବେଳୁ ବିଭନ୍ନ କାରୁକାର୍ଯ୍ୟ ଉପରେ ରୁଚି ରଖିଥିବା ସନ୍ଧ୍ୟାରାଣୀ ଶିକ୍ଷା ସମାପ୍ତ ପରେ ରାଜ୍ୟ ପୁଲିସ୍‍ ବିଭାଗରେ ୨୦୦୪ ମସିହାରେ କନ୍ଧମାଳ ଜିଲାରୁ ହିଁ ଆରମ୍ଭ କରିଥିଲେ କନେଷ୍ଟବଳ ଚାକିରି। ବର୍ତ୍ତମାନ ସେ ଭୁବନେଶ୍ୱର ଜିଆର୍‍ପିରେ କନେଷ୍ଟବଳ ଭାବେ ଅବସ୍ଥାପିତ। ପୁଲିସ୍‍ କର୍ତ୍ତବ୍ୟ ସହ ନିଜର ପ୍ରତିଭାକୁ ଆଗକୁ ବିକାଶିତ କରିବାକୁ ସେ କେବେ ମଧ୍ୟ ପଛାଇ ନାହାନ୍ତି। ଆତ୍ମବିଶ୍ୱାସ ବଳରେ ଆଜି ସେ ପିଲାଦିନରୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାର୍ଥକ କରିଛନ୍ତି।
ମଦର ଇଣ୍ଡିଆ ପୋରଚେଟ ଆନୁକୂଲ୍ୟରେ ଚେନ୍ନାଇସ୍ଥିତ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟଠାରେ ୨୦୧୯ ସେପ୍ଟେମ୍ବର ୧୫ ତାରିଖରେ ଆୟୋଜିତ ବିଭିନ୍ନ ସାଜସଜା ସାମଗ୍ରୀ ପ୍ରତିଯୋଗିତାରେ ସନ୍ଧ୍ୟାରାଣୀ ଓ ତାଙ୍କ ଟିମ ଭାଗ ନେଇଥିଲେ। ନି​‌େ​‌ଜ ତିଆରି କରିଥିବା ପ୍ରାୟ ୨୦୦ ଗୋଟି ସାମଗ୍ରୀକୁ ପ୍ରତିଯୋଗିତାରେ ପ୍ରଦର୍ଶନ କରିଥିଲେ। ଟିମ୍‍ରେ ସାମିଲ୍‍ ଥିବା ଅନ୍ୟ ୫ ଜଣ ମିଳିତ ଭାବେ ତିଆରି କରିଥିବା ପ୍ରାୟ ୫ହଜାରରୁ ଅଧିକ କିସମର ହାତତିଆର ପଶମ ସୂତାରେ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଭାରତ ସହିତ ବିଶ୍ୱର ବିଭିନ୍ନ ଦେଶରେ ୩୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ପିଲାଙ୍କ ରୁଚି ପାଇଁ ଉଦ୍ଦିଷ୍ଟ ଖେଳଣା , ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଆବଶ୍ୟକୀୟ ସାଜସଜା, ବିଭିନ୍ନ ଦେବାଦେବୀ, ଘରର ସୌନ୍ଦର୍ୟ୍ୟ ବୃଦ୍ଧିରେ ସହାୟକ ହେଲାଭଳି ସାମଗ୍ରୀ ଏହି ପ୍ରତିଯୋଗିତାରେ ସ୍ଥାନ ପାଇଥିଲା। ସେଠାରେ ସନ୍ଧ୍ୟାରାଣୀ ଓ ତାଙ୍କ ଟିମ ପ୍ରସ୍ତୁତ ସାମଗ୍ରୀ ବେଶ ପ୍ରଶଂସନୀୟ ହେବା ପରେ ବିଶ୍ୱସ୍ତରୀୟ ଗିନିଜ୍‍ ବୁକ୍‍ରେ ସ୍ଥାନ ପାଇବାକୁ ଆବେଦନ କରିଥିଲେ। ୨୦୧୯ ମସିହାରେ ଆବେଦନ କରିଥିବା ସନ୍ଧ୍ୟାରାଣୀ ଆଣ୍ଡ ଟିମଙ୍କ କଳାକୃତିକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଥିଲା। ହେଲେ କରୋନା କାରଣରୁ ନିକଟରେ ସେମାନେ ସଫଳତା ବାବଦରେ ପ୍ରମାଣପତ୍ର ଓ ଫଳକ ପାଇଛନ୍ତି।
ନିଜର କର୍ତ୍ତବ୍ୟ ପରେ ଯେଉଁ ସମୟ ମିଳିଥାଏ ତାହାକୁ ସନ୍ଧ୍ୟାରାଣୀ ଅପଚୟ ନକରି କଳାକୃତି ପ୍ରସ୍ତୁତିରେ ନିମଗ୍ନ ରହୁଛନ୍ତି। କେବଳ ସେତିକି ନୁହେଁ ତାଙ୍କର ପ୍ରତିଭା ଓ ତାଲିମ୍‍ ଦ୍ୱାରା ଇତିମଧ୍ୟରେ ବାଲେଶ୍ୱର, ଯାଜପୁର , ଭଦ୍ରକ , କେନ୍ଦ୍ରାପଡ଼ା, ଗଞ୍ଜାମ , ବୌଦ୍ଧ ଓ କନ୍ଧମାଳ ଜିଲାର ପ୍ରାୟ ୩୦୦ଜଣ ମହିଳା ସନ୍ଧ୍ୟାରାଣୀଙ୍କ ପାଇଁ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ସମଗ୍ର ବିଶ୍ବରେ ୧୦ ହଜାର ଆବେଦନ ହୋଇଥିଲା। ସେଥିରୁ ୩୬୦ଟି କଳାକୃତି ସାରା ବିଶ୍ବରେ ମନୋନୀତ ହୋଇଥିଲା।ଓଡିଶାରୁ ସନ୍ଧ୍ୟା ଏବଂ ତାଙ୍କ ଟିମଙ୍କ କଳାକୃତି ମନୋନୀତ ହୋଇଥିଲା। ଗିନିଜ୍‍ ବୁକ୍‍ ଅଫ୍ ରେକର୍ଡର ଅଧ୍ୟକ୍ଷ ଆଲିଷ୍ଟାର ରିଚାର୍ଡ଼ ସନ୍ଧ୍ୟାରାଣୀ ଏବଂ ତାଙ୍କ ଟିମଙ୍କୁ ନିଖୁଣ କଳାକୃତି ପାଇଁ ପ୍ରମାଣପତ୍ର ସହ ଶୁଭେଚ୍ଛା ଜଣାଇଛନ୍ତି। କନ୍ଧମାଳ ଜିଲା ଚକାପାଦ ବ୍ଳକର ଜଣେ କର୍ତ୍ତବନିଷ୍ଠା ମହିଳା ପୁଲିସ କର୍ମଚାରୀଙ୍କ ବିରଳ ପ୍ରତିଭା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories