www.samajalive.in
Saturday, December 6, 2025
26.1 C
Bhubaneswar

ବାର୍‌ ବାଉନ୍ସର ନିଯୁକ୍ତି ଉପରେ ଲଗାମ୍

ଭୁବନେଶ୍ବର: ବାରରେ ବାଉନ୍ସର ରଖିବା ଉପରେ ଲାଗିବ ଲଗାମ୍। କମିଶନରେଟ୍ ପୁଲିସର ବିନା ଅନୁମତିରେ ବାରରେ ବାଉନ୍ସର ରଖିପାରିବେନି ମାଲିକ । ଏ ନେଇ କମିଶନରେଟ୍ ପୁଲିସ ଅଧିନସ୍ଥ ଅଞ୍ଚଳରେ ରଖି ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନ୍ସରଙ୍କ ନାଁରେ ଅପରାଧିକ ମାମଲାର ଖୋଳତାଡ କରିବ ପୁଲିସ। ପିଏସଏଆରଏ ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ । ବାର୍ ମାଲିକ ସମ୍ପୃକ୍ତ ଗାର୍ଡ ଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ । ବାରରେ ନିୟୋଜିତ ହେବା ପରେ ବାଉନ୍ସର ମାନଙ୍କୁ  ନିର୍ଦ୍ଧାରିତ ନିୟମ କାନୁନ ମାଲିବାକୁ ପଡିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅତ୍ୟାବଶ୍ୟକୀୟ ସ୍ଥିତିରେ ବାଉନ୍ସର ୧୧୨ ଏମଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ। କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ। ବିଭିନ୍ନ ବାର୍ ମାଲିକଙ୍କୁ ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories