www.samajalive.in
Monday, December 8, 2025
13.1 C
Bhubaneswar

ଶିକ୍ଷାବିତ୍ ନୀଳକଣ୍ଠ ଶତପଥିଙ୍କ ସ୍ମୃତିସଭା

ବାଙ୍କୀ : ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଖମାରଙ୍ଗ ଗ୍ରାମର ବିଶିଷ୍ଠ ବ୍ୟକ୍ତି,ଆଦର୍ଶ ଶିକ୍ଷକ,ପୂର୍ବତନ ଶିକ୍ଷା ଅନୁନିରିକ୍ଷକ ତଥା ଜଣେ ସୃଜନଶୀଳ ସାହିତ୍ୟ ସାଧକଙ୍କ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ରୋଡ୍ ସ୍ଥିତ ତାଙ୍କ ବାସଭବନ ଠାରେ ଦଶାହ ଦିବସ ଅବସରରେ ସନ୍ଧ୍ୟାରେ ଆୟୋଜିତ ସ୍ମୃତିସଭାରେ ବିଧାୟକ ଦେବୀରଂଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପାର୍ଥୀ ସୁଭ୍ରାଂଶୁ ମୋହନ ପାଢୀ,ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ ଦିବ୍ୟଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଅଧ୍ୟାପକ ମନୋଜ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ବଂଶୀଧର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିସଭାରେ ବାଙ୍କନିଧି ପଣ୍ଡା,ଶ୍ରୀବତ୍ସ ନାୟକ,କେଶବ ଚନ୍ଦ୍ର ବେହେରା,ଅକ୍ଷୟ କୁମାର ସାମଲ,ମନୋଜ କୁମାର ରାଉତ,ଲଲାଟେନ୍ଦୁ ପଣ୍ଡା,କୃଷ୍ଣ ମୁରାରୀ ବିଶ୍ୱରଂଜନ ମହାପାତ୍ର,ଶରତ ଚନ୍ଦ୍ର ରଥ,ଦିପକ କୁମାର ସାମନ୍ତରାୟ,ଜ୍ୟୋତିପ୍ରକାଶ ପାଢୀ,ଆଶିଷ କୁମାର ନାୟକ,ଶ୍ରୀକାନ୍ତ ଦାସ,ମହେନ୍ଦ୍ର କୁମାର ମିଶ୍ର,ଅଂଶୁମାନ ଶତପଥୀ,ଅର୍ପିତା ଶତପଥୀ,ରମାକାନ୍ତ ଭଞ୍ଜ,ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,ବିଦ୍ୟାଧର ଖଟୁଆ,ଅକ୍ଷୟ କୁମାର ପଣ୍ଡା,ଅଶୋକ କୁମାର ଶତପଥୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ନୀତିନିଷ୍ଠ ପଦାଧିକାରୀ ଏବଂ ଅବସର ଗ୍ରହଣ ପରେ ସାହିତ୍ୟ ଅନୁଷ୍ଠାନ ସହିତ ସମ୍ପର୍କ ଯୋଡି ଜଣେ ସୃଜନଶୀଳ ସାଧକ ଭାବରେ ବେଶ୍ ପରିଚିତ ଥିବା ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ସଭାରେ ଆଲୋକପାତ କରାଯାଇଛି। ପ୍ରକୃତିବନ୍ଧୁ ରମାକାନ୍ତ ଭଞ୍ଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories