ବାଙ୍କୀ: ବାଙ୍କୀ ଉପଖଣ୍ଡ ସ୍ତରୀୟ ବିଜୁ ଜନତା ଦଳ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଅଂଶୁପା କୂଳ ଡାକ ବଙ୍ଗଳା ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ନେତୃତ୍ୱ ତଥା ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୦୦ ରୁ ଉର୍ଦ୍ଧ ଯୁବ ଛାତ୍ର ଯୋଗଦେଇ ସବୁଜ ସମୃଦ୍ଧ ଓ ସୁସ୍ଥ ବାଙ୍କୀ ଗଠନରେ ଯୁବ ଛାତ୍ର ମାନଙ୍କର ନେତୃତ୍ୱକୁ ଅଗ୍ରାଧିକାର ଦେଇ ସମବେତ ହୋଇଥିଲେ।
ବାଙ୍କୀ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃବୃନ୍ଦ, ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧିମାନେ ଅନୁରୂପ ଉପସ୍ଥିତ ରହି ଯୁବ ସମ୍ମିଳନୀର ଆହ୍ୱାନକୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସ୍ମୃତି ନାୟକ, ଜ୍ଞାନେନ୍ଦ୍ର ଗୁରୁ ଗୋସ୍ୱାମୀ, ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ହରିଶଙ୍କର ରାଉତ, ସୁବ୍ରତ ଛାଟୋଇ, ରାଜ୍ୟ ଯୁବ ଛାତ୍ର ସଂଗଠକ ସମ୍ପାଦକ ପ୍ରଣବ ବଳବନ୍ତରରାୟ, ସମାଜ ସେବୀ ଆଶିଷ ସାହୁ, ବାଙ୍କୀ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ସୁବାସ ସ୍ୱାଇଁ, ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାଗିରଥୀ ପାଣି, ବାଙ୍କୀ ଏନ.ଏ.ସି ଯୁବ ଛାତ୍ର ଜନତା ଦଳ ସଭାପତି ପଠାଣି ବେହେରା ପ୍ରମୁଖ ସମ୍ମିଳନୀ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଯୁବ ନେତୃତ୍ୱର ବିକାଶ, ସମୃଦ୍ଧ ଓ ସବୁଜ ବାଙ୍କୀର ବିକାଶ ନିମନ୍ତେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟ ବିକାଶ ମୂଳକ ଯୋଜନାକୁ ତୃଣମୂଳରେ ପହଁଚାଇବା ଯୁବ ଛାତ୍ରମାନଙ୍କର ଅଂଶୀଦାରିଦା ବହୁ ଆଗରେ ବୋଲି ସମ୍ମିଳନୀରେ ବକ୍ତାମାନେ ବକ୍ତବ୍ୟ ରଖିଛନ୍ତି। ଡିଜିଟାଲ ପ୍ରସାରଣ ମାଧ୍ୟମରେ ଏହି ସମ୍ମିଳନୀରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର,ପ୍ରଣବ କିଶୋର ପଟ୍ଟେଲ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, ସରପଞ୍ଚ ବିଜନ ସାହୁ, ଅନନ୍ତ ଦାସ, ଭରତ ଚନ୍ଦ୍ର ବେହେରା, ଗତିକୃଷ୍ଣ ସ୍ୱାଇଁ, ସନ୍ତୋଷ କୁମାର ରଣା ପ୍ରମୁଖ ବହୁ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହି ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ।



