ବାଙ୍କୀ(ଡମପଡ଼ା): ଅର୍ପଣ ସେବା ବନ୍ଧୁ ଗ୍ରୁପ୍ ପକ୍ଷରୁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ୧୧ ନମ୍ବର ୱାର୍ଡ ହରିଜନ ସାହିରେ ଥିବା ଗରିବ ଅସହାୟ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଶୁଭମ ଫେସନର ମାଲିକ ତଥା ସମାଜସେବୀ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ସିଦ୍ଧାର୍ଥ ଶଙ୍କର ସାହୁ, ଦୀପକ ସାହୁ, ଟୁନ ଚନ୍ଦ୍ର ସାହୁ, ରବି ସାହୁ, ସୁଦାମ ସାହ, ମନୋଜ ସାହୁ, ରାକେଶ ସାହୁ ପ୍ରମୁଖ ଯୋଗଦେଇ ୩୦ ଜଣ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ଏଭଳି ସାମାଜିକ କାର୍ଯ୍ୟକୁ ହରିଜନ ସାହିର ଲୋକମାନେ ପ୍ରଶଂସା କରିଥିଲେ ।
Popular Categories



