ବାଙ୍କୀ: ସ୍କୁଲ ପରିସରରେ ମହୁମାଛି ଆକ୍ରମଣରେ ୩ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବରହମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣେଶ ପୂଜାରେ ବିଦ୍ୟାଳୟ ପରିସରରେ ଛାତ୍ରୀମାନେ ବାଣ ଫୁଟାଉଥିଲେ। ବାଣ ଫୁଟାଇବାବେଳେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ବାଣ ଶବ୍ଦରେ ନିକଟସ୍ଥ ଏକ ଗଛରୁ ମହୁମାଛି ହଠାତ ଚାଲି ଆସିଥିଲେ ଏବଂ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣରେ ୩ ଛାତ୍ରୀ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୩ ଛାତ୍ରୀ ଘରକୁ ଫେରିଥିବା ଜଣାପଡ଼ିଛି।
Popular Categories



