www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ମାଟିର ଗୌରବ ଓ ଗରିମାର ପ୍ରତିଲିପି ‘ବାଙ୍କୀ ମହୋତ୍ସବ-୨୦୨୨’

ବାଙ୍କୀ: ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ୨୩ ବର୍ଷରେ ପହଞ୍ଚିଛି । ଏହି ମହୋତ୍ସବ ବାଙ୍କୀ ମାଟିର କଳା, ସାହିତ୍ୟ, ସଂସ୍କୃତିର ସମୃଦ୍ଧ ଇତିହାସ ରଚିବାରେ ସକ୍ଷମ ହୋଇ ପାରିଛି । ପବିତ୍ର କୁମାର ଉତ୍ସବର ପରିବର୍ଦ୍ଧିତ ରୂପରେଖ ନେଇ ବାଙ୍କୀ ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବରେ ବିପୁଳ ଜନସମାଗମ ସହ ଆଧୁନିକ ବର୍ଣ୍ଣାଢ୍ୟ ପରିପାଟିରେ ଓଡିଶାର ଜନ ମାନସରେ ନୀଳମଣି ବିଦ୍ୟାରତ୍ନ, ଗୋବିନ୍ଦ ରଥ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ହେମନ୍ତ ଦାସ, ଗୁରୁ ଗୋପୀକୃଷ୍ଣ ବେହେରାଙ୍କ କଳା ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାକୁ ସମୃଦ୍ଧ କରିବାରେ ସକ୍ଷମ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସନ୍ଧ୍ୟାରେ ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।

ମହୋତ୍ସବ କମିଟି ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାର୍ଘ୍ୟ ଉତ୍ସବରେ ମହୋତ୍ସବ କମିଟିର ଉପସଭାପତି ତଥା ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କମିଟି ସଭାପତି ଡଃ ଗଣେଶ୍ୱର ସ୍ୱାଇଁ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର,ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ବାଙ୍କୀ ବ୍ଲକ ବିଡିଓ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ ।

- Advertisement -

ବାଙ୍କୀ ମହୋତ୍ସବ ବାଙ୍କୀ ମାଟିର ଗୌରବ ଓ ଗରିମାର ପ୍ରତିଲିପି ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ବିଭିନ୍ନ ପ୍ରତିଯୋଗୀ କଣ୍ଠ ସଂଗୀତରେ ସୌମ୍ୟରଞ୍ଜନ ବେହେରା(୧ମ), ଶୁଭଶ୍ରୀ ମହାପାତ୍ର(୨ୟ), ମୋନାଲିସା ସାହୁ(୩ୟ), ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ମୃତି ପ୍ରିୟଦର୍ଶିନୀ ଜେନା(୧ମ), ଦିବ୍ୟଜିତ୍‌ ପରିଡା(୨ୟ), ପ୍ରଜ୍ଞାପରମିତା ରାଉତ ଓ ଦିପକ ବୀର(ଯୁଗ୍ମ ୩ୟ), ବକ୍ତୃତା ପ୍ରତିଯୋଗିତାରେ ସୁଭସ୍ମିତା ପଣ୍ଡା(୧ମ), ସତ୍ୟଭାମା ନାୟକ(୨ୟ), ଗାୟତ୍ରୀ ପ୍ରଧାନ(୩ୟ ସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ଦେବସ୍ମିତା ବେହେରା(୧ମ), ସ୍ମୃତିରେଖା ପଣ୍ଡା(୨ୟ), ରେଶ୍ମା ରଣା ଓ ଅନୁ ବାରିକ(୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ସେହିପରି ସେମିନାର ପ୍ରତିଯୋଗିତାରେ ମସନ ମୋହନ କର (୧ମ), ପୂର୍ଣ୍ଣିମା ପ୍ରିୟଦର୍ଶିନୀ(୨ୟ) ଓ ଶୁଭଶ୍ରୀ ସ୍ୱାଇଁ, ମଧୁସ୍ମିତା ନାୟକ, ମଧୁସ୍ମିତା ସ୍ୱାଇଁ ଯଥାକ୍ରମେ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ।

ସେହିପରି ଏହି ପ୍ରତିଯୋଗିତାରେ ସିବୁନା ବେଉରା ଓ ଅମୀୟ ପ୍ରକାଶ ରାଉତଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ନୃତ୍ୟ ପ୍ରତିଯୋଗିତାରେ କ୍ଷ୍ୟାତି ସମ୍ଭବା କର(୧ମ), ଶ୍ରୀୟା ଶ୍ରୀଲଗ୍ନା ନାୟକ(୨ୟ) ଓ ଅର୍ପିତା ଗୋଚ୍ଛି ଓ ଶୀତଳା ମହାନ୍ତି(ଯୁଗ୍ମ ୩ୟ) ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଏହି ମଞ୍ଚରେ ବାରଙ୍ଗ ବ୍ଲକରେ ଶତକଡା ୯୦ଭାଗ ନମ୍ବର ରଖି ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସ୍ମୃତି ମୁଦୁଲିଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ବାଙ୍କୀ ମହୋତ୍ସବର ଅନ୍ୟତମ ଉପସଭାପତି ତଥା ସଞ୍ଜୋଜକ ଅଶୋକ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମହୋତ୍ସବ କମିଟିର ସମ୍ପାଦକଙ୍କ ସୂଚନା ଅନୁଯାୟୀ ବିଷ୍ଣୁପୁର, ଆନନ୍ଦପୁରର ମହିଳା ଭାଗବତ,ବାଘମାରିର ମହିଳା ରାମଲୀଳା, କୁଶପଙ୍ଗି ଗ୍ରାମର କୀର୍ତ୍ତନ ଏବଂ ଓମଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିବିଧ ନୃତ୍ୟ, ଓଡିଶୀ ନୃତ୍ୟ, ପୁରୀ ଗୋଟିପୁଅ ନୃତ୍ୟ ସମସ୍ତଙ୍କ ମନକିଣିଥିଲା । ରବିବାର ଦିନ ଉଦଘାଟନୀ ମଞ୍ଚରେ ପାରମ୍ପରିକ କୁଆଁର ପୁନେଇଁ ଜହ୍ନଲୋ ଫୁଲ ବଉଳବେଣୀ ଗ୍ରାମ ଭିତ୍ତିକ ଜୀବନ ବୋଧର ଜୀବନ୍ତ କଥା କହିଛି । ସୋମବାର ପାଗ ଅନୁକୂଳ ଥିବାରୁ ମହୋତ୍ସବ ପଡିଆରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories